ଫାଙ୍କା ରାସ୍ତାରେ ବୁଲୁଥିଲା ଗଣ୍ଡା, ଲକଡାଉନରେ ବାହାରକୁ ବାହାରିଥିବା ବ୍ୟକ୍ତି ସହ କଲା ଏମିତି କିଛି, ଦେଖନ୍ତୁ ପୂରା ଭିଡ଼ିଓ

ଦେଶ ଲକଡାଉନ ଘୋଷଣା ହେବା ପରେ ରାସ୍ତାଘାଟ ସବୁ ଶୁନଶାନ ହୋଇଯାଇଛି। ଏହି ସୁଯୋଗରେ ଜଙ୍ଗଲି ଜୀବଜନ୍ତୁମାନେ ରାସ୍ତାରେ ବିଚରଣ କରୁଛନ୍ତି। ଏବେ ନେପାଳର ଏକ ଫାଙ୍କା ରାସ୍ତାରେ ଗଣ୍ଡା ଚାଲୁଥିବାର ଦେଖିବାକୁ ମିଳିଛି। ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର(ଆଇଏଫଏସ) ପ୍ରବୀଣ କାଶବାନ ଏହାର ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହାକି ଖୁବ ଭାଇରଲ ହେଉଛି।

ଖବର ମୁତାବକ, ଲକଡାଉନ ଯୋଗୁ ନେପାଳର ଅନେକ ବ୍ୟସ୍ତବହୁଳ ବଜାରଗୁଡିକୁ ବନ୍ଦ କରି ଦିଆଯାଇଛି। ଲୋକଙ୍କୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି। ଏହାରି ଭିତରେ ଏକ ଗଣ୍ଡାକୁ ଶୁନଶାନ ରାସ୍ତାରେ ଦେଖିବାକୁ ମିଳିଛି। ଚିତବନ ଜାତୀୟ ପାର୍କରୁ ବାହାରି ଗଣ୍ଡାଟି ରାସ୍ତା ଉପରକୁ ଚାଲିଆସିଥିଲା। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଗଣ୍ଡା ରାସ୍ତା ଉପରେ ବୁଲୁଛି ଏବଂ ତାକୁ ଦେଖି ଜଣେ ବ୍ୟକ୍ତି ଦୌଡୁଛି। ପୁଣି ଗଣ୍ଡା ତାକୁ ଗୋଡାଉଛି। କିନ୍ତୁ ବ୍ୟକ୍ତି ଜଣକ ଖୁବ ଜୋରରେ ଦୌଡ଼ି ପଳାଉଛି।

ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ 1 ଲକ୍ଷରୁ ଅଧିକ ଭିୟୁ ମିଳିସାରିଲାଣି। ସେହିପରି 8 ହଜାରରୁ ଅଧିକ ଲାଇକ ଏବଂ 2 ହଜାର ରିଟୁଇଟ କରାଯାଇଛି। କ୍ରିକେଟରରୁ ସଂରକ୍ଷଣବାଦୀ ହୋଇଥିବା କେଭିନ ପିଟରସନ ବି ଏହି ଭିଡ଼ିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ‘Save our Rhino in Africa and India’ ନାମକ ଏକ ଚ୍ୟାରିଟି ସଂସ୍ଥା ଗଠନ କରିଛନ୍ତି।

Leave A Reply

Your email address will not be published.