କରୋନାର ସୃଷ୍ଟିକୁ ନେଇ ମୁହଁ ଖୋଲିଲା WHO, ମନୁଷ୍ୟକୃତ ନୁହେଁ ବରଂ ଏହି ଉପାୟରେ ଜନ୍ମିଛି ଭାଇରସ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ସ୍ଥିତିର ମୁଖ୍ୟ ଡାକ୍ତର ମାଇକେଲ ରାୟନ କହିଛନ୍ତି ଯେ WHO ର ବିଶ୍ୱାସ ଅଛି ଯେ କରୋନା ଭାଇରସ ପ୍ରାକୃତିକ ଭାବେ ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କରୋନାକୁ ମନୁଷ୍ୟକୃତ ଭାଇରସ କହିବା ପରେ ଏହାର ଉତ୍ତରରେ WHO ତରଫରୁ ଏହା କୁହାଯାଇଛି।

Coronavirus

ରାୟନ କହିଛନ୍ତି ଯେ କରୋନା ଭାଇରସର ସୃଷ୍ଟିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ବାରମ୍ବାର ବଡ଼ ବଡ଼ ବୈଜ୍ଞାନିକଙ୍କ ସହ ଚର୍ଚ୍ଚା ଚାଲିଛି। କରୋନାର ଜିନ ସିକୁଏନ୍ସ ଦେଖିବା ପରେ ଏହା ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ବୋଲି ପ୍ରମାଣ ମିଳିଛି। ଏବେ ଏହା କାହିଁକି ଓ କିପରି ସୃଷ୍ଟି ହେଲା ସେ ନେଇ ଅଧିକ ଗବେଷଣା ଚାଲିଛି। ଭାଇରସ ସୃଷ୍ଟିର କାରଣ ଜଣା ପଡ଼ିଗଲେ ଆଗକୁ ଏହାକୁ ଦମନ କରିହେବ ବୋଲି କହିଛନ୍ତି ରାୟନ।

Donald Trump suspects China released coronavirus in horrible lab ...

ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ତାଙ୍କ ବିଶ୍ୱାସ ଅଛି ଯେ କରୋନା ଭାଇରସ ଚୀନର ବାୟୋଲୋଜି ଇନଷ୍ଟିଚ୍ୟୁଟରୁ ହିଁ ସୃସ5 ହୋଇଛି। ଏନେଇ ସେ ପୂର୍ବରୁ ମଧ୍ୟ ଚୀନ ଉପରେ ଦୋଷ ଦେଇ କରୋନାକୁ ଚୀନୀ ଭାଇରସ ବୋଲି କହିଥିଲେ। ଏମିତିକି ଚୀନ ଉପରେ ଲାଗୁଥିବା ଟ୍ୟାକ୍ସକୁ ମଧ୍ୟ ବଢ଼ାଇବାକୁ ସେ କହିଥିଲେ, କାରଣ ଚୀନ ଯୋଗୁ ଆମେରିକାକୁ କ୍ଷତି ସହିବାକୁ ପଡୁଛି।

Leave A Reply

Your email address will not be published.