ଗୃହପାଳିତ ପଶୁଙ୍କ ଠାରୁ କରୋନା ଭାଇରସ ସଂକ୍ରମଣ ହୁଏନାହିଁ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଘରେ ପାଳନ କରାଯାଉଥିବା ପଶୁ-ପକ୍ଷୀଙ୍କ ଠାରୁ କରୋନା ଭାଇରସ ସଂକ୍ରମଣ ହୁଏ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କହିଛି । ଗୃହପାଳିତ ପଶୁଙ୍କ ଠାରୁ ଏପର୍ଯ୍ୟନ୍ତ କାହାକୁ କରୋନା ଭାଇରସ ସଂକ୍ରମଣ ହେବାର ପ୍ରମାଣ ମିଳିନାହିଁ ।

ତେବେ ମଣିଷ ଠାରୁ ପଶୁଙ୍କୁ କରୋନା ଭାଇରସ ସଂକ୍ରମଣ ହେବାର ଦୃଷ୍ଟାନ୍ତ ଦେଖାଯାଇଛି । ହଙ୍ଗ୍‌କଙ୍ଗ୍‌ରେ ଦୁଇଟି କୁକୁର ଓ ବେଲ୍‌ଜିୟମ୍‌ରେ ଏକ ବିଲେଇକୁ ମଣିଷ ଠାରୁ ସଂକ୍ରମଣ ହେବା ଦେଖାଯାଇଛି । ଗୃହପାଳିତ ପଶୁ କିପରି ସଂକ୍ରମିତ ହେଉଛନ୍ତି ତାହା ଉପରେ ଗବେଷଣା ଜାରି ରହିଛି ।

cat-0

ଚୀନ୍‌ ଓ୍ଵହାନ ସିଟିରେ ବିଲେଇ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ଗୃହପାଳିତ ପଶୁ ସଂକ୍ରମିତ ହୋଇପାରିବେ । କିନ୍ତୁ ଗୃହପାଳିତ ପଶୁଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହେବାର ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ।

ଡବ୍ଲୁଏଚ୍‌ଓର କାର୍ଯ୍ୟକାରୀ ନିର୍ଦ୍ଦେଶକ ମିକାଇଲ୍‌ ଜେ ରିୟାନ୍‌ କହିଛନ୍ତି ଯେ ଲୋକେ ଗୃହପାଳିତ ପଶୁଙ୍କ ସଂକ୍ରମଣ ନେଇ ବହୁତ ଚିନ୍ତିତ । ହେଲେ ଏମାନେ ଭାଇରସ ବାହକ ହେବାର କୈାଣସି ପ୍ରମାଣ ନାହିଁ । ତେଣୁ ଏମାନଙ୍କ ସହ ଲୋକେ ଭଲ ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍‌ ।

Leave A Reply

Your email address will not be published.