Odisha News
.

ଯୁବତୀଙ୍କୁ ମାଡ଼ ମାରି ଫସିଗଲେ ପୋଲିସ୍ କର୍ମଚାରୀ

ମିରଟ୍ : ଜଣେ ମହିଳାଙ୍କୁ ପୋଲିସ୍ ଭ୍ୟାନ୍ ଭିତରେ ମାଡ଼ ମାରି ଫସିଗଲେ ପୋଲିସ୍ କର୍ମଚାରୀ । ମିରଟ ମେଡିକାଲ ଅଞ୍ଚଳରେ ଜଣେ ସ୍ଥାନୀୟ ଯୁବତୀ ଜଣେ ମୁସଲମାନ ଯୁବକଙ୍କୁ ଭଲ ପାଉଥିଲା । ସେମାନଙ୍କୁ ଏକାଠି ଦେଖି କିଛି ସ୍ଥାନୀୟ ଲୋକ ପୋଲିସ୍ ହାତରେ ଦେଇଥିଲେ । ପୋଲିସ ସେହି ଯୁବତୀ ଜଣଙ୍କୁ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଗଲା ।

video credit : NDTV

ଏହା ପରେ ତିନି ଜଣ ପୋଲିସ୍ କର୍ମଚାରୀ ଓ ଜଣେ ମହିଳା କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ଗାଡ଼ିରେ ଯୁବତୀଙ୍କୁ ବସାଇଥିବା ବେଳେ ଜଣେ ପୁରୁଷ ପୋଲିସ୍ ଅଧିକାରୀ ଗାଳି ଗୁଲଜ କରୁଥିବା ବେଳେ ମହିଳା କନେଷ୍ଟବଳ ଯୁବତୀଙ୍କ ଚୁଟି ଭିଡ଼ି ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତା ପରେ ଏହି ପୋଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

Leave A Reply

Your email address will not be published.