ଅନୁଗୁଳ: ପୁଣି ହାତୀ ଆକ୍ରମଣରେ ମହିଳା ମୃତ, ଘରେ ଶୋଇଥିବାବେଳେ ଦଳିଦେଲା ଦନ୍ତା

ଅନୁଗୁଳ: ଘରେ ପଶି ହାତୀ ନେଲା ଜୀବନ। ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ମୃତକ ହେଲେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କମରେଇ ଗାଁର ଦେବକୀ ବେହେରା । ସୂଚନା ଅନୁଯାୟୀ, ଦେବକୀ ତାଙ୍କ ଚାଳ ଛପର ଘରେ ଏକୁଟିଆ ଶୋଇଥିଲେ । ରାତି ପାଖାପାଖି ଗୋଟାଏ ବେଳେ ଏକ ଦନ୍ତା ହାତୀ ତାଙ୍କ ଘର ଭାଙ୍ଗିଦେବା ସହ ତାଙ୍କୁ ଶୋଇଥିବା ଅବସ୍ଥାରେ ଦଳି ମାରିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.