ଭୁବନେଶ୍ବର: ଘନ କୁହୁଡି ହେଲା କାଳ, ରେଳ ଲାଇନ ପାର ବେଳେ ଟ୍ରେନ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଭୁବନେଶ୍ବର(କେନ୍ୟୁଜ୍):  ଟ୍ରେନ ଲାଇନ ପାର ହେବା  ବେଳେ ଦୁର୍ଘଟଣା। ଚାଲିଗଲା ମହିଳାଙ୍କ ଜୀବନ। ଘଟଣା ଘଟିଛି ଭୁବନେଶ୍ବରର ଭିଏସଏସ ନଗର ରେଳ ଲାଇନ ନିକଟରେ । ମିଳିଥିବା ସୂଚନା ମୁତାବକ ଭିଏସଏସ ନଗରରେ ରହୁଥିବା ସଞ୍ଜୁକ୍ତା ବେହେରା ନାମକ ଜଣେ ମହିଳା ମଞ୍ଚେଶ୍ବର ଗଦି କମ୍ପାନୀରେ କାମ କରୁଥିଲେ। ଆଜି ସକାଳୁ ସଞ୍ଜୁକ୍ତା କମ୍ପାନୀକୁ  ଯିବା ପାଇଁ ଭିଏସଏସ ରେଳ ଲାଇନ ପାର କରୁଥିଲେ। କିନ୍ତ ସେହି ସ୍ଥାନରେ ଘନ କୁହୁଡି ହୋଇଥିବାରୁ ସଞ୍ଜୁକ୍ତା ଦେଖିପାରିନଥିଲେ ଏକ ଟ୍ରେନ ଦ୍ରୁତ ବେଗରେ ମାଡି ଆସିଛି ବୋଲି।

ହଠାତ ସଞ୍ଜୁକ୍ତା କିଛି ଜାଣିବା ଆଗରୁ ଟ୍ରେନ ତାଙ୍କୁ ଧକ୍କା ଦେଇ ଦ୍ରୁତ ବେଗରେ ଚାଲି ଯାଇଥିଲା। ଯାହା ଫଳରେ  ଘଟଣା ସ୍ଥଳରେ ସଞ୍ଜୁକ୍ତାଙ୍କର ପ୍ରାଣବାୟୂ ଉଡିଯାଇଥିଲା।  ଏହି ଘଟଣା ପରେ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିବା ପରେ ଶୋକକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.