Odisha News
.

ସୁପରମ୍ଯାନ୍ ହୋଇ ମାଲିକର ୮୦ ଲକ୍ଷ ବଂଚାଇଲା କର୍ମଚାରୀ, କିନ୍ତୁ ଉପହାର ପସନ୍ଦ ନହେବାରୁ ଖଳନାୟକ ହୋଇ ଲୁଟିନେଲା ୭୦ ଲକ୍ଷ

ସୁପରମ୍ଯାନ୍ ହୋଇ ମାଲିକର ବଂଚାଇଲେ ୮୦ଲକ୍ଷ ଟଙ୍କା । ଯେଉଁଥିରେ ଖୁସି ହୋଇ ମାଲିକ ଉକ୍ତ କର୍ମଚାରୀକୁ ଉପହାର ଦେଲେ । ହେଲେ ଉପହାର ପସନ୍ଦ ନହେବାରୁ କିଛି ଦିନ ସୁପରମ୍ଯାନରୁ ଖଳନାୟକ ହୋଇ ଲୁଟିନେଲେ ୭୦ ଲକ୍ଷ । ଏଭଳି ଏକ ଆଶ୍ଚର୍ଯ୍ଯଜନକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ସୂଚନା ଅନସାରେ ମଡେଲ୍ ଟାଉନର ରୀମା ପୋଲିଟାନ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ମାଲିକଠାରୁ କିଛି ଦୁର୍ବୃତ୍ତ ୮୦ ଲକ୍ଷ ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିଲେ । ଏହାକୁ ଦେଖି କମ୍ପାନୀର ଧନସିଂହ ନାମକ ଜଣେ କର୍ମଚାରୀ ସୁପରମ୍ଯାନ୍ ହୋଇ ଦୁର୍ବୃତ୍ତଙ୍କ ସହ ଲଢି ସମସ୍ତ ଟଙ୍କା ବଂଚାଇଥିଲା । ଏଥିରେ ମାଲିକ ହୋଇ କର୍ମଚାରୀକୁ ଏକ ଟି –ସର୍ଟ ଧରାଇଦେଲେ।

2000 notesକିନ୍ତୁ ମାଲିକର ଏହି ଉପହାର କର୍ମଚାରୀକୁ ହଠାତ୍ ସୁପରମ୍ଯାନରୁ କରିଦେଲା ଖଳନାୟକ । ମାଲିକ ଦେଇଥିବା ଟି – ସର୍ଟ ଯୋଗୁଁ ଏତେ ରାଗିଯାଇଥିଲେ ଧନସିଂହ ଯେ ମନେ ମନେ ଏକ ଖତରନାକ ପ୍ଲାନ୍ ବନାଇଥିଲେ । ଆଉ ପ୍ଲାନ୍ ଥିଲା ମାଲିକ ନିକଟକୁ ମୋଟାଅଙ୍କର ଟଙ୍କା ଆସିଲେ କଳାକନା ବୁଲାଇବେ । ଏହି ପ୍ଲାନରେ ନିଜର କିଛି ବନ୍ଧୁଙ୍କୁ ସାମିଲ୍ କରିଥିଲେ ଧନସିଂହ । ଯେମିତି ମାଲିକ ନିକଟକୁ ଏକ ପାର୍ଟି ତରଫରୁ ଆସିଥିବା ୭୦ ଲକ୍ଷ ନେଇ ହୋଇଗଲେ ଫେରାର୍ ।

ଏବେ ଧନସିଂହଙ୍କ ସହଯୋଗୀ ୟାକୁବ୍ ହସନ୍ ଗିରଫ ହୋଇଛି । କିନ୍ତୁ ଫେରାର୍ ଅଛି ମାଷ୍ଟରମାଇଣ୍ଡ ଧନସିଂହ ।

Leave A Reply

Your email address will not be published.