Odisha News
.

ବିଶ୍ୱ ଅଙ୍ଗଦାନ ଦିବସ, ଜାଣନ୍ତୁ ଅଙ୍ଗଦାନ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ..

ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଏ। ପ୍ରତିବର୍ଷ ଏହି ଅବସରରେ ସ୍ୱାସ୍ଥ୍ୟ ପାଇଁ ସଚେତନତା କରାଯାଉଛି। ଅଙ୍ଗ ଦାନ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଯାଏ। ଜଣେ ଜୀବିତି ବ୍ୟକ୍ତିର ଯକୃତ ଦୁଇ ଜଣ ବ୍ୟକ୍ତିଙ୍କ ପାଖରେ ପ୍ରତିରୋପଣ କରାଯାଇପାରିବ। କେବଳ ଭାରତରେ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କର ଶରୀରର ଅଙ୍ଗ ଖରାପ କାରଣରୁ ମୃତ୍ୟୁ ହୋଇଥାଏ। ଶରୀରରେ ଏପରି କେତେକ ଅଙ୍ଗ ରହିଛି, ଯାହା ମୃତ୍ୟୁ ପରେ ମଧ୍ୟ ଦାନ କରାଯାଇପାରିବ। ଦାନ କରାଯାଇଥିବା ଅଙ୍ଗ କାହାର ଜୀବନ ମଧ୍ୟ ପରିବର୍ତ୍ତନ କରିପାରେ।

ଅଙ୍ଗଦାନ କରିବାର ପ୍ରକାର ଭେଦ:

ଅଙ୍ଗଦାନ କରିବା ଦୁଇ ପ୍ରକାରର ହୋଇଥାଏ। ଅଙ୍ଗଦାନ ଏବଂ ଟିସୁ ଦାନ। ଅଙ୍ଗଦାନରେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ଦାନ କରାଯାଇଥାଏ। ସେହିଭଳି ଟିସୁ ଦାନ ସାଧାରଣତଃ ଆଖି, କାନ, ତ୍ୱଚା, ହାଡ ଏବଂ ହୃଦୟ ସହିତ ଜଡିତ। ସାମାନ୍ୟତମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଁ ଅଙ୍ଗଦାନ କରାଯାଇଥାଏ, କିନ୍ତୁ କିଛି ଅଙ୍ଗଦାନ ଏବଂ ଟିସୁଦାନ ଜୀବିତ ରହି ମଧ୍ୟ କରାଯାଇପାରିବ।

 

kideny

କେଉଁ ଅଙ୍ଗ କରିପାରିବେ ଦାନ:

ଯକୃତ, ପାନକ୍ରିଆଜ, ହୃତପିଣ୍ଡ ଏବଂ ଫୁସଫୁସ ଆଦି ଆପଣ ଦାନ କରିପାରିବେ। ସେହିଭଳି ଟିସୁ ଭିତରେ ଆଖି, ତ୍ୱଚା ହାଡ, ଅସ୍ଥିମଜ୍ଜା, ମସ୍ତିଷ୍କ, କାନ ପରଦା, କାନ ହାଡ, ରକ୍ତ ଇତ୍ୟାଦି ଦାନ କରିପାରିବେ।

ଅଙ୍ଗଦାନ କରିବାର ପ୍ରକ୍ରିୟା:

କୌଣସି ବ୍ୟକ୍ତିଙ୍କ ବ୍ରେନ ଡେଡ ହେବା ପରେ ଡାକ୍ତର ତାଙ୍କ ପରିବାରର ଇଚ୍ଛା ମୁତାବକ ଶରୀରୁ ଅଙ୍ଗ କାଢିନିଅନ୍ତି। ଏହାପୂର୍ବରୁ ସବୁ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥାଏ। ଏହି ପ୍ରକ୍ରିୟାକୁ ଏକ ନିଶ୍ଚିତ ସମୟରେ ମଧ୍ୟରେ ଶେଷ କରାଯାଏ। ଅଧିକ ସମୟ ରହିଲେ ଅଙ୍ଗ ଖରାପ ହେବାକୁ ଲାଗିଥାଏ। ତାହା ଆଉ ଅନ୍ୟ ଶରୀରରେ କାମରେ ଆସିନଥାଏ।

କେତେ ସମୟରେ କରିପାରିବେ ଅଙ୍ଗଦାନ:

କୌଣସି ଅଙ୍ଗକୁ ଦାନ କରିବା ପରେ ୬ ରୁ ୧୨ ଘଣ୍ଟା ମଧ୍ୟରେ ପ୍ରତ୍ୟାରୋପଣ କରିବା ଉଚିତ। ଯେତେ ଜଲଦି ଅଙ୍ଗ ପ୍ରତ୍ୟାରୋପଣ ହେବ, ସେହି ଅଙ୍ଗ କାର୍ଯ୍ୟକ୍ଷମ କରିବାର ସମ୍ଭାବନା ସେତିକି ଅଧିକ ରହିବ। ଯକୃତ ୬ ଘଣ୍ଟା ଏବଂ ବୃକକ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରାଯିବା ଉଚିତ। ସେହିଭଳି ଆଖି ୩ ଦିନ ମଧ୍ୟରେ ପ୍ରତ୍ୟାରୋପଣ ହୋଇଯିବା ଆବଶ୍ୟକ।

eye

କେଉଁମାନେ କରିପାରିବେ ଅଙ୍ଗଦାନ:

ଅଙ୍ଗଦାନ କରିବା ପାଇଁ କୌଣସି ବୟସ ସୀମା ନଥାଏ। ୧୮ ବର୍ଷ ବୟସରୁ କମ୍‌ ବ୍ୟକ୍ତିମାନେ ଅଙ୍ଗଦାନ ପାଇଁ ନିଜ ମାତାପିତାଙ୍କ ଠାରୁ ଅନୁମତି ଆଣିବା ନିତାନ୍ତ ଜରୁରୀ।

କ’ଣ ପାଇଁ ଅଙ୍ଗଦାନ କରିବା ଜରୁରୀ:

ଅଙ୍ଗଦାନ କରିବା ଆପଣଙ୍କ ଚିନ୍ତାଧାରା ଉପରେ ନିର୍ଭର କରିଥାଏ। ଯଦି ଆପଣ ଅନ୍ୟ କାହାକୁ ଜୀବନ ଦାନ କରିବା ପାଇଁ ଚାହୁଁଚନ୍ତି ତେବେ ଅଙ୍ଗଦାନ କରି ନିଜର ଇଚ୍ଛାକୁ ପୂରଣ କରିପାରିବେ।

କିପରି କରିବେ ଅଙ୍ଗଦାନ:

ଅଙ୍ଗଦାନ ଆପଣ ଦୁଟି ଉପାୟରେ କରିପାରିବେ। କେତେକ ଏନଜିଓ ଏବଂ ହସିପିଟାଲ ଯାଇ ଅଙ୍ଗଦାନ କରିବା ପାଇଁ ଫର୍ମ ପୂରଣ କରି ମରିବା ପରେ ଆପଣ ଅଙ୍ଗଦାନ କରିପାରିବେ। ଯେଉଁ ଅଙ୍ଗ ଆପଣ ଦାନ କରିବାକୁ ଚାହୁଁଚନ୍ତି, ସେହି ଅଙ୍ଗକୁ ଆପଣ ଦାନ କରିପାରିବେ। ଅଙ୍ଗ ଦାନ କରୁଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଆବଶ୍ୟକ।

ଭାରତରେ କ’ଣ ରହିଛି ନିୟମ:

ଭାରତୀୟ ଆଇନରେ ଏହା ଯଥାର୍ଥ। ଭାରତ ସରକାରଙ୍କ ପକ୍ଷରୁ ମାନବ ଅଙ୍ଗ ଅଧିନିୟମ (ଟିଏଚଓଏ) ୧୯୯୪ ଅନ୍ତର୍ଗତ ପ୍ରତ୍ୟାରୋପଣକୁ ମଞ୍ଜୁରୀ ଦେଇଛନ୍ତି। ଯାହା ଅଙ୍ଗ ଦାନ କରିବାର ଅନୁମତିକୁ ବୈଧ ମାନିଥାଏ।

donar

ଅଙ୍ଗଦାନ କରିବାର ମହତ୍ୱପୂର୍ଣ୍ଣ ତଥ୍ୟ:

-ଅଙ୍ଗଦାନ କରିବାରେ କୌଣସି ବୟସ ସୀମା ନଥାଏ।

-କୌଣସି ବ୍ୟକ୍ତି, ଜାତି, ଧର୍ମ, ସମୁଦାୟ ହେଉ ,ସମସ୍ତେ ଅଙ୍ଗଦାନ କରିପାରିବେ।

-କ୍ୟାନସର, ଏଚଆଇଭି, ମଧୁମେହ ରୋଗରେ ପୀଡିତ ଲୋକ ସେମାନଙ୍କ ହୃଦପିଣ୍ଡ ଦାନ ନକରିବା ଉଚିତ।

– ୧୮ ବର୍ଷରୁ କମ୍‌ ହୋଇଥିବା ବ୍ୟକ୍ତି ଅଙ୍ଗଦାନ କରିବା ପାଇଁ ନିଜର ମାତା ପିତାଙ୍କ ଠାରୁ ଅନୁମତି ଆଣିବା ନିତାନ୍ତ ଆବଶ୍ୟକ।

– ପ୍ରାକୃତିକ ମୃତ୍ୟୁରେ ହୃତପିଣ୍ଡ, ତ୍ୱଚା ଏବଂ ହାଡ ଭଳି ଟିସୁ ମୃତକ ଦାନ କରିପାରିବେ କିନ୍ତୁ ମସ୍ତିଷ୍କ ମୃତ୍ୟୁ ହୋଇଯିବା ପରେ କେବଳ ଯକୃତ, ଫୁସଫୁସ ଏବଂ ଅଗ୍ନାଶୟ ଦାନ କରିପାରିବେ।

Leave A Reply

Your email address will not be published.