ଦୁନିଆର ସବୁଠାରୁ ହାସ୍ୟାସ୍ପଦ ଯୁଦ୍ଧ: ନଥିଲେ କୌଣସି ପ୍ରତିପକ୍ଷ, କିନ୍ତୁ ନିଜ ନିଜ ଭିତରେ ଗୁଳି ମାରି ମୃତ୍ୟୁବରଣ କରିଥିଲେ ୧୦ ହଜାର ସୈନିକ

ଦୁନିଆରେ ପ୍ରତ୍ୟେକ ଯୁଦ୍ଧ କୌଣସି ନା କୌଣସି କାରଣ ଯୋଗୁଁ ହୋଇଥାଏ ଏବଂ ଏହି ଯୁଦ୍ଧରେ ଲକ୍ଷ ଲକ୍ଷ ସୈନିକଙ୍କ ଜୀବନ ମଧ୍ୟ ଯାଇଥାଏ। କିନ୍ତୁ ଆଜିକୁ ପ୍ରାୟ ୨୩୧ ବର୍ଷ ପୂର୍ବେ ହୋଇଥିବା ଯୁଦ୍ଧ ବିଷୟରେ ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଏବଂ ଏହି ଯୁଦ୍ଧର କାରଣ ଜାଣିଲେ ମଧ୍ୟ ଆପଣ ଚମକି ପଡିବେ। ଏହି ଯୁଦ୍ଧରେ ୧୦ ହଜାରୁ ଉର୍ଦ୍ଧ୍ୱ ସୈନିକ ମୃତ୍ୟୁବରଣ କରିଥିଲେ କିନ୍ତୁ ପ୍ରତିପକ୍ଷ ନଥିଲେ। ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ। ଏହି ଯୁଦ୍ଧରେ ଗୋଟେ ମାତ୍ର ଭୁଲ ଯୋଗୁଁ ଏକପକ୍ଷର ସୈନିକ ନିଜ ନିଜ ଭିତରେ ମାରପିଟ ହୋଇ ପରସ୍ପରକୁ ମାରିଥିଲେ। ଏହାର କାରଣ ଥିଲା ମଦ।

wine

ଏହି ଯୁଦ୍ଧକୁ ‘ବ୍ୟାଟେଲ ଅଫ କେରନସ୍ୱିବ୍ସ’ ନାମରେ ଜଣାଶୁଣା। ଏହି ଯୁଦ୍ଧକୁ ଲୋକେ ଦୁନିଆର ସବୁଠାରୁ ହାସ୍ୟାସ୍ପଦ ଯୁଦ୍ଧ ବୋଲି ମଧ୍ୟ କୁହନ୍ତି। ୧୭୮୮ରେ ପାଖାପାଖି ଏକ ଲକ୍ଷ ଅଷ୍ଟ୍ରିଆ ସୈନିକ କେରନସିବ୍ସ ସହର ଉପରେ କବ୍ଜା କରିବା ପାଇଁ ବାହାରିଥିଲେ। ସେହି ସମୟରେ ଅଷ୍ଟ୍ରିଆ ଏବଂ ତୁର୍କୀ ମଧ୍ୟରେ ଯୁଦ୍ଧ ଚାଲିଥିଲା। ଅଷ୍ଟ୍ରିଆ ସୈନିକ ୨୧ ସେପ୍ଟେମ୍ବର ରାତିରେ ଟିମିସ ନଦୀ ପାଖରେ କେରନସ୍ୱିବ୍ସକୁ ଚାରି ପାଖରେ ଘେରି ଯାଇଥିଲେ। ନଦୀ ଆଖପାଖରେ ଥିବା ତୁର୍କୀ ସେନାକୁ ସେମାନେ ଦେଖିପାରିନଥିଲେ। କିନ୍ତୁ ନଦୀର ଆରପଟରେ ରୋମାନୀ ଲୋକଙ୍କ ଏକ ଶିବିର ଦେଖିବାକୁ ମିଳିଥିଲା।

aaa

ଅଷ୍ଟ୍ରିଆ ସୈନିକ ଯେତେବେଳେ ସେଠାରେ ପହଞ୍‌ଚିଲେ, ରୋମାନୀ ସୈନିକ ତାଙ୍କୁ ମଦପାନ କରିବା ପାଇଁ ନିମନ୍ତ୍ରଣ ଦେଇଥିଲେ। ସେମାନେ ମଧ୍ୟ ନଦୀ କୂଳରେ ବସି ରୋମାନୀ ସୈନିକ ସହିତ ମଦ ପିଇବାକୁ ଆରମ୍ଭ କଲେ। ଏହି ସମୟରେ ପୁଣି କିଛି ଅଷ୍ଟ୍ରିଆ ସୈନିକ ଚାଲି ଚାଲି ଆସି ପହଞ୍ଚିଥିଲେ। ସେମାନେ ମଦ ପିଉଥିବା ଦେଖି, ଏମାନେ କିଛି ମଦ ପିଇବା ପାଇଁ ମାଗିଥିଲେ, କିନ୍ତୁ ସେମାନେ ମନା କରିଦେଲେ। ଏମିତି କଥାରେ ପାଦରେ ଚାଲି ଆସିଥିବା ଅଷ୍ଟ୍ରିଆ ସୈନିକ ରାଗି ଯାଇ ଗୁଳି ଚଳାଇବା ଆରମ୍ଭ କରିଥିଲେ।

fight

ଏହି ଗୁଳି ର ଶବ୍ଦ ଶୁଣି ନଦୀର ଅନ୍ୟପଟରେ ଆରାମ କରୁଥିବା ସୈନିକ କିଛି ନ ବୁଝି ତୁର୍କୀ ଆକ୍ରମଣ କଲେ ଭାବି ନିଜ ସୈନିକ ଉପରକୁ ଗୁଳି ଚଳାଇଥିଲେ। ସେମାନେ ଆଖିବୁଜି ଗୁଳି ଚଳାଇବା ଆରମ୍ଭ କରିଥିଲେ। ସେମାନେ ଅଜାଣତରେ ହିଁ ନିଜ ସୈନିକଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। କୁହାଯାଏ, ଅଷ୍ଟ୍ରିଆ ସୈନିକ ନିଜ ସାଥିଙ୍କ ଉପରେ ତୋପ ମଧ୍ୟ ଚଲାଇଥିଲେ। ଏପରି ଏକ ଛୋଟ ଭୁଲ ଯୋଗୁଁ ନିଜ ନିଜ ଭିତରେ ଗୁଳିବର୍ଷଣ କରି ଅଷ୍ଟ୍ରିଆର ହଜାର ହଜାର ସୈନିକଙ୍କ ଜୀବନ ଚାଲିଯାଇଥିଲା।

Leave A Reply

Your email address will not be published.