ଦୁନିଆର ସବୁଠୁ ଧନୀ ବ୍ୟକ୍ତି ପ୍ରତିଦିନ ମାଜନ୍ତି ଅଇଁଠା ବାସନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଟି କୋଟି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ନିକଟରେ ସବୁ ସୁଖ ସୁବିଧା ଉପଲବ୍ଧ ଥାଏ। ତାଙ୍କ ଘରେ ଓ ଅଫିସରେ କାମ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥାଏ। ହଜାର ହଜାର ଲୋକଙ୍କୁ ଚାକିରି ହେଉଥିବା ବ୍ୟକ୍ତି ଯଦି ଘରର ଝାଡ଼ୁ ପୋଛା କରୁଛି ଓ ବାସନ ମାଜୁଛି କୁହାଯିବ ବୋଧେ କେହି ବିଶ୍ୱାସ କରିବେ ନାହିଁ। କିନ୍ତୁ କଥାଟି ସତ। ଦୁନିଆର ସବୁଠୁ ଧନୀ ବ୍ୟକ୍ତି ବିଲ ଗେଟ୍‌ସ ଏହି କାମ କରୁଛନ୍ତି। ଗେଟ୍‌ସ ନିଜେ ଏହି କଥା ଖୁଲାସା କରିଛନ୍ତି।

Bill and Melinda Gates' marriage: why they wash dishes together ...

ଗେଟ୍‌ସ କହିଛନ୍ତି ଯେ ସେ ପ୍ରତିଦିନ ରାତିରେ ପରିବାରର ଅଇଁଠା ବାସନ ମାଜିଥାନ୍ତି। ଏହି କାମ କରିବା ବେଳେ ପତ୍ନୀ ମଧ୍ୟ ତାଙ୍କ ସାଥ୍‌ ଦେଇଥାନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ କେବେ ବି ଘର ଚାକରଙ୍କୁ ରାତିରେ ବାସନ ଧୋଇବାକୁ କହିନାହାନ୍ତି। କିଛି ଦିନ ତଳେ ଏକ ଇଣ୍ଟରଭ୍ୟୁରେ ନିଜେ ବିଲ୍‌ ଗେଟ୍‌ସ ଏହା କହିଥିଲେ। ଗେଟ୍ସ କହିଥିଲେ ଯେ ଗତ ୨୫ ବର୍ଷ ହେଲା ସେ ପତ୍ନୀ ମେଲିନ୍ଦା ଗେଟ୍‌ସଙ୍କ ସହ ରାତିର ଅଇଁଠା ବାସନ ମାଜୁଛନ୍ତି। ମେଲିନ୍ଦା କହିଛନ୍ତି ରାତିରେ ବାସନ ମାଜିବା ବେଳେ ପତିପତ୍ନୀ ପରସ୍ପର ସହ ଟିକେ ସମୟ ବିତାଇଥାନ୍ତି ଓ କଥାବାର୍ତ୍ତା କରିବାକୁ ସମୟ ପାଇଥାନ୍ତି। ବିଲ୍‌ ଗେଟ୍‌ସ କହିଛନ୍ତି ପରିବାରର ଅଇଁଠା ବାସନ ମାଜିବାକୁ ତାଙ୍କୁ ୧୫-୨୦ ମିନିଟ୍‌ ସମୟ ଲାଗେ। ଏହି ସମୟରେ ପତିପତ୍ନୀ ହସ ଖୁସିରେ କଥା ବାର୍ତ୍ତା ହୋଇଥାନ୍ତି।

Review! Jeopardy Template

ସୂଚନାଯୋଗ୍ୟ ଯେ ବିଲ୍‌ ଗେଟ୍‌ସଙ୍କ ନାଁ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ନିଆଯାଏ। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୯୮ ବିଲିୟନ୍‌ ଡଲାର। ଏବେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହେଉଛନ୍ତି ଆମାଜନ୍‌ର ମୁଖ୍ୟ ଜେଫ ବେଜୋସ୍‌। ବେଜୋସ୍‌ ଓ ଗେଟ୍ସଙ୍କ ସମ୍ପତ୍ତି ମଧ୍ୟରେ ଖୁବ୍‌ କମ୍‌ ବ୍ୟବଧାନ ରହିଛି।

Leave A Reply

Your email address will not be published.