Odisha News

ଖୁବ ଶୀଘ୍ର ଲଞ୍ଚ ହେବ Xiaomiର ଲାଟେଷ୍ଟ Mi 10 ସିରିଜ, ୟୁଜରଙ୍କୁ ମିଳିବ ଏହି ସବୁ ଦମଦାର ଫିଚର୍ସ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ନିଜ ଲୋକପ୍ରିୟ ସିରିଜ ଏମଆଇ ୧୦କୁ ଆସନ୍ତା ଫେବୃଆରୀ ୨୩ ତାରିଖରେ ଲଞ୍ଚ କରିବ ବୋଲି ଜଣାଯାଇଛି । ଏ ବାବଦରେ କମ୍ପାନୀ ସିଇଓ ମାନୁ କୁମାର ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏଥିରେ ୟୁଜରଙ୍କୁ ଏହି ସ୍ମାର୍ଟଫୋନରେ ଦମଦାର ପ୍ରୋସେସର ସହ ଉଚ୍ଚ କ୍ଷମତା ସମ୍ପର୍ଣ କ୍ୟାମେରା ସୁବିଧା ମିଳିପାରିବ । ଆସନ୍ତୁ ଜାଣିବା କଣ ସବୁ ରହିଛି ଏହି ଫୋନର ସ୍ପେସିଫିକସନ ।

Mi 10ର ସମ୍ଭାବିତ ସ୍ପେସିଫିକସନ:

ମିଳିଥିବା ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ସିରିଜରେ Mi 10 ଓ Mi 10 Proକୁ ବଜାରରେ ଲଞ୍ଚ କରିବାକୁ ଯାଉଛି । ୟୁଜରଙ୍କୁ ଏଥିରେ ୬.୫୭ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ସମେତ ୯୦ ହର୍ଜର ରିଫ୍ରେଶ ରେଟ ବି ମିଳିବ । ଏହା ସହ ଏହି ଡିଭାଇସରେ କ୍ୱାଡ଼ କ୍ୟାମେରା ସେଟଅପ ସମେତ ଭଲ ପରଫରମାନ୍ସ ପାଇଁ ୧୬ ଜିବି ରାମ ସମେତ ଲାଟେଷ୍ଟ ପ୍ରୋସେସର ବି ମିଳିପାରିବ ।

mi 10 one

Mi 10ର କ୍ୟାମେରା:

ସୂତ୍ର ଅନୁଯାୟୀ କମ୍ପାନୀ ଏହି ଫୋନରେ ୧୦୮ ମେଗାପିକସାଲ ପ୍ରାଇମେରୀ କ୍ୟାମେରା ଦବ । ୟୁଜରଙ୍କୁ ଏଥିରେ ୩୨ ମେଗା ପିକସାଲ ଫ୍ରଣ୍ଟ କ୍ୟାମେରା ଓ ୮ ମେଗା ପିକଶାଲାର କ୍ୟାମେରା ସପୋର୍ଟ ମିଳିପାରିବ ।

କହିରଖିବା ଉଚିତ ହେବ କି ସାଓମୀ ଗତ ବର୍ଷ ନଭେମ୍ବରରେ ଏମଆଇ ସିସି ୯ ପ୍ରକୁ ଚୀନ ବଜାରରେ ଲାଞ୍ଚ କରିଥିଲା । ଯେବେକି କମ୍ପାନୀ ତରଫରୁ ଏହି ଫୋନରେ ୬.୪୭ ଇଞ୍ଚର ଏଫଏଚଡ଼ି ପ୍ଲସର ଏମଏଲଡ଼ି ଡିଷ୍ପ୍ଲେର ସୁବିଧା ମଧ୍ୟ ଦିଆଯାଇ ଥିଲା ।

Loading...

Leave A Reply

Your email address will not be published.