ଜନ୍ମାଷ୍ଟମୀ ପୂଜା ସମୟରେ ଧ୍ଯାନରେ ରଖନ୍ତୁ ଏହିସବୁ କଥା, ବାଳ ଗୋପାଳ ହେବେ ଜଲଦି ପ୍ରସନ୍ନ

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ରୂପେ ପାଳନ କରାଯାଏ। ଏହି ପର୍ବ ବଡ ଧୂମଧାମର ସହ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ଆସନ୍ତା ୧୨ ଅଗଷ୍ଟରେ ପଡୁଛି। ଭଗବାନ ଶ୍ରୀକୃଷ୍ଣଙ୍କ ଭାଦ୍ରପଦ ମାସରେ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥିଲେ। ଏହି ଦିନ ଭଗବାନ କୃଷ୍ଣଙ୍କ ଭକ୍ତମାନେ ଉପବାସ ମଧ୍ଯ ରଖିଥାନ୍ତି। ଘରେ ଘରେ ବାଳ ଗୋପାଳଙ୍କ ପୂଜା କରାଯାଇଥାଏ। ଏଥିସହ ବାଳ ଗୋପାଳଙ୍କ ପାଇଁ ଝୁଲା ମଧ୍ଯ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି ବାଳ ଗୋପାଳଙ୍କ ପୂଜାରେ ଏପରି କିଛି ବିଶେଷ କଥା ଉପରେ ଧ୍ଯାନ ରଖିବା ଜରୁରୀ। ତେବେ ଆସନ୍ତୁ ଜାଣିବା କ’ର ରହିଛି ସେସବୁ କଥା।

balgopal1-ସକାଳୁ ଜଲଦି ଉଠିବା ପରେ ସର୍ବ ପ୍ରଥମେ ବାଳ ଗୋପାଳଙ୍କ ପୂଜା କରି ଭୋଗ ଲଗାନ୍ତୁ।

-ବାଳ ଗୋପାଳଙ୍କ ପୂଜାରେ ବ୍ଯବହାର କରାଯାଉଥିବା ସମସ୍ତ ଜିପିଷ ଶୁଦ୍ଧ ହୋଇଥିବା ଆବଶ୍ଯକ।

-ପ୍ରତିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ଗଙ୍ଗାଜଳରେ ସ୍ନାନ କରାଇବା ଉଚିତ।

balgopal2-ସ୍ନାନ କରାଇବା ପରେ ଚନ୍ଦନ ଟିକା ଲଗାନ୍ତୁ।

-ବାଳ ଗୋପାଳଙ୍କ ବସ୍ତ୍ର ପ୍ରତ୍ଯେକ ଦିନ ପରିବର୍ତ୍ତନ କରନ୍ତୁ। ଏହା ବ୍ଯତୀତ ପ୍ରତ୍ଯେକ ଦିନ ଅନୁଯାୟୀ ସୋମବାର ଦିନ ଧଳା, ମଙ୍ଗଳବାର ନାଲି, ବୁଧବାର ସବୁଜ, ଗୁରୁବାର ହଳଦିଆ, ଶୁକ୍ରବାର ନାରଙ୍ଗୀ, ଶନିବାର ନୀଳ ଏବଂ ରବିବାର ଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ।

-ଲଡୁ ଗୋପାଳଙ୍କର ମାଖନ, ମିଶ୍ରି ଏବଂ ତୁଳସୀ ପତ୍ର ଅତ୍ଯନ୍ତ ପ୍ରିୟ। ଏହି କାରଣରୁ ପ୍ରତ୍ଯେକ ଦିନ ଭୋଗରେ ନିଶ୍ଚୟ ଏହିସବୁ ଜିନିଷ ସାମିଲ କରନ୍ତୁ।

balgopal3-ବାଳ ଗୋପାଳଙ୍କ ପୂଜା ଏବଂ ତାଙ୍କୁ ଭୋଗ ନଲଗାଇ ଖାଦ୍ଯ ଗ୍ରହଣ କରିବା ଅନୁଚିତ। ଭୋଗ କରିବା ପରେ ହିଁ ଖାଦ୍ଯ ଗ୍ରହଣ କରନ୍ତୁ।

-ବିଶେଷ ରୂପେ ଘରେ ବାଳ ଗୋପାଳଙ୍କ ମୂର୍ତ୍ତି ଥିଲେ ମଦ-ମାଂସ ଏବଂ ଅଧର୍ମ କାର୍ଯ୍ଯର ଦୂରେଇ ରୁହନ୍ତୁ।

-ଏସବୁ ବ୍ଯତୀତ ରାତିରେ ଶୋଇବା ପୂର୍ବରୁ ପ୍ରଥମେ ବାଳ ଗୋପାଳଙ୍କୁ ଶୁଆଇବା ପରେ ନିଜେ ଶୁଅନ୍ତୁ।

Leave A Reply

Your email address will not be published.