ପାରିବାରିକ କଳହର କରୁଣ ପରିଣତି, ବଡଭାଇର ପୂରା ପରିବାରକୁ ମାରିଦେଲା ସାନଭାଇ

ବଣାଇ (କେନ୍ୟୁଜ୍) : ଗୋଟିଏ ପରିବାରର ୪ଜଣଙ୍କୁ ନିର୍ମମ ହତ୍ୟା । ସାନଭାଇର ଟାଙ୍ଗିଆ ଚୋଟରେ ଗଲା ଜୀବନ । ବଡଭାଇ, ଭାଉଜ ଓ ତାଙ୍କ ଦୁଇ ପୁଅ ମୃତ। ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ବଣାଇ ଥାନା ଦେଉଳହୁଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସାନଭାଇକୁ ଅଟକ ରଖି ପଚରାଉଚରା କରୁଛି। ରାଉରକେଲା ଆଡିସ୍‌ନାଲ ଏସ୍‌ପି ଘଟଣାସ୍ଥଳକୁ ଯାଉଛନ୍ତି ।

Leave A Reply

Your email address will not be published.