ଗଜପତି: ଡାକ୍ତରଙ୍କ ବଦଳିକୁ ବିରୋଧ, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରତିବାଦ କଲା ଯୁବକ ସଙ୍ଘ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟାରତ ଦୁଇ ଡାକ୍ତର ଅମୃତରାଜ ଜେନା ଏବଂ ତ୍ରିଶୂଳ ସେନାପତିଙ୍କ ମଙ୍ଗଳବାର ଆକସ୍ମିକ ବଦଳି ହୋଇଛି । ଦୁଇଜଣ ଡାକ୍ତରଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଦେଖାଇ ସେଠାକୁ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର ବଦଳି କରିଛନ୍ତି। ତେବେ ଏହାର ପ୍ରତିବାଦ କରିଛି ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଙ୍ଘ ସଙ୍ଘର ସଦସ୍ୟ ମାନେ ରାତି ୮ ଟା ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନମିତା ପଣ୍ଡାଙ୍କ ସରକାରୀ ବାସ ଭବନ ସମ୍ମୁଖରେ ଏହାର ପ୍ରତିବାଦ କରିବା ସହ ତୁରନ୍ତ ଦୁଇ ଡାକ୍ତରଙ୍କ ବଦଳି ବାତିଲ କରିବା ପାଇଁ ଦାବି କରିଥିଲେ ।

mohana

ସୂଚନା ଯୋଗ୍ୟ ଯେ ଏକ ଲକ୍ଷ ତିରିଶି ହଜାର ଜନସଂଖ୍ୟା ବିଶିଷ୍ଟ ମୋହନା ବ୍ଲକର ସମସ୍ତ ଜନସାଧାରଣ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ, ପୂର୍ବରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା ଲାଗିରହୁଥିବା ବେଳେ ବହୁ ପ୍ରତିବାଦ ଏବଂ ଆନ୍ଦୋଳନ ପରେ ବର୍ତ୍ତମାନ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସଂଖ୍ୟା ସାତରେ ପହଞ୍ଚିଛି। ଏହାସହ ବଦଳି ନିର୍ଦ୍ଦେଶ ପାଇଥିବା ଡାକ୍ତର ଦୁଇଜଣ ଅଞ୍ଚଳର କିଛି ବୟସ୍କ ରୋଗୀଙ୍କର ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି। ତେଣୁ ସେମାନଙ୍କ ବଦଳି ବାତିଲ କରିବା ପାଇଁ ଦାବି ହୋଇଛି ।

doctor reshuffle

ଏନେଇ ଗଜପତି ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ଯୁବକ ସଙ୍ଘର ସଦସ୍ୟ ମାନେ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ବୁଧୁବାର ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି । ତେବେ ଯଦି ଡାକ୍ତରଙ୍କ ବଦଳି ପ୍ରତ୍ୟାହୃତ ନ ହୁଏ ଆଗାମୀ ଦିନରେ ଯୁବକ ସଙ୍ଘ ସହ ଅଞ୍ଚଳବାସୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.