ପୁଣି ୧୯’ରେ ଦେଖିବାକୁ ମିଳିବ ୨୦୦୯ର ଝଲକ, ବେଦପ୍ରକାଶଙ୍କ ବିରୋଧରେ ମୈଦାନରେ ବିଜେପି ଭେଟେରାନ୍‌ ବିଜୟ ମହାପାତ୍ର

କେନ୍ଦ୍ରାପଡା : ସରିଲା ବିଜେଡିର ପାଟକୁରା ସସପେନ୍ସ । ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ। ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡି ତାଙ୍କୁ ପ୍ରାର୍ଥୀ କରିବା ପାଇଁ ପୂର୍ବରୁ ଘୋଷଣା କରି ସାରିଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ନାମାଙ୍କନ ଦାଖଲ କରି ନଥିଲେ। ତେଣୁ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଥିଲା। ଆଜି ଚର୍ଚ୍ଚାର ଅବସାନ ହୋଇଛି।

ପାଟକୁରାରେ ବେଦପ୍ରକାଶଙ୍କ ସହ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମୁକାବିଲା ହେବ। ୨୦୦୯ ବିଧାନସଭାରେ ମଧ୍ୟ ବିଜେୟ-ବେଦ୍‌ ପ୍ରକାଶ ମୁକାବିଲା ହୋଇଥିଲା। ପ୍ରାୟ ୨୬ ହଜାର ଭୋଟରେ ଜିତିଥିଲେ ବେଦ୍‌ ପ୍ରକାଶ। ବେଦ୍‌ପ୍ରକାଶଙ୍କୁ ମିଳିଥିଲା ୭୧ ହଜାର ୭୨୫ ଓ ବିଜୟଙ୍କୁ ମିଳିଥିଲା ୪୪ ହଜାର ୯୯୦ ଭୋଟ୍‌। ୨୦୦୯ ପରାଜୟ ପରେ, ବିଜୟ ୨୦୧୪ରେ ମହାକାଳପଡା ଚାଲିଗଲେ। ସେଠାରେ ମଧ୍ୟ ଅତନୁ ସବ୍ୟସାଚୀ ନାୟକଙ୍କଠାରୁ ହାରିଥିଲେ। ଅତନୁ ୮୧ ହଜାର ୫୦ ଭୋଟ୍‌ ପାଇଥିଲେ ବିଜୟଙ୍କୁ ମିଳିଥିଲା ୫୭ ହଜାର ୮୦୪ ଖଣ୍ଡ ଭୋଟ୍‌। ଅର୍ଥାତ ୨୪ ହଜାର ଭୋଟ୍‌ରେ ହାରିଥିଲେ ବିଜୟ। ଏବେ ବିଜୟ ପୁଣି ବେଦ୍‌ପ୍ରକାଶଙ୍କ ସହ ମୁକାବିଲା କରିବେ। ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ଜୟନ୍ତ ମହାନ୍ତି।

ପାଟକୁରା ପାଇଁ ରଣକ୍ଷେତ୍ର ପ୍ରସ୍ତୁତ ହୋଇ ସାରିଛି। ଏଠାରେ ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଥିବା ବିଜେଡିର ବେଦ ପ୍ରକାଶ ଅଗ୍ରୱାଲ ପୁଣି ଥିରେ ୧୯ ବାଜି ମାରିବାକୁ ମୈଦାନକୁ ଓହ୍ଲାଇଛନ୍ତି।

KNews Bureau

Share
Published by
KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

4 hours ago