ଟାଙ୍ଗି (ଖୋର୍ଦ୍ଧା) : ସିଭି ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଅନ୍ତର୍ଗତ ରତନପୁର ଗାଁର ଶୁଭେନ୍ଦୁ ପାତ୍ର । ଶୁଭେନ୍ଦୁ ୪୫୬ ର୍ୟାଙ୍କ ରଖିଛନ୍ତି । ଗଗନ ପାତ୍ରଙ୍କ ପୁଅ ଶୁଭେନ୍ଦୁ ଆଜି ଗାଁରେ ଆସି ପହଞ୍ଚିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇ ଏକ ବିରାଟ ଶୋଭାଯାତ୍ରାରେ ଗାଁକୁ ପାଛୋଟି ନେଇଥିଲେ । ବାପା ମା’ଙ୍କ ଆଶୀର୍ବାଦ ଏବଂ ନିଜର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସେ ଆଜି ସଫଳତା ପାଇଥିବା ଶୁଭେନ୍ଦୁ କହିଛନ୍ତି । ପିଲା ଦିନରୁ କିଛି ଭିନ୍ନ କାମ କରିବାର ଲକ୍ଷ୍ୟ ରଖିଥିବା ଶୁଭେନ୍ଦୁ ଦେଶ ଓ ମାନବ ସେବାରେ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…