Below header

ଆଇଏଏସ୍‌ ଶୁଭେନ୍ଦୁଙ୍କୁ ନିଜ ଗାଁ ରତନପୁରରେ ବିପୁଳ ସମ୍ବର୍ଦ୍ଧନା

ଟାଙ୍ଗି (ଖୋର୍ଦ୍ଧା) : ସିଭି ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଅନ୍ତର୍ଗତ ରତନପୁର ଗାଁର ଶୁଭେନ୍ଦୁ ପାତ୍ର । ଶୁଭେନ୍ଦୁ ୪୫୬ ର‍୍ୟାଙ୍କ ରଖିଛନ୍ତି । ଗଗନ ପାତ୍ରଙ୍କ ପୁଅ ଶୁଭେନ୍ଦୁ ଆଜି ଗାଁରେ ଆସି ପହଞ୍ଚିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇ ଏକ ବିରାଟ ଶୋଭାଯାତ୍ରାରେ ଗାଁକୁ ପାଛୋଟି ନେଇଥିଲେ । ବାପା ମା’ଙ୍କ ଆଶୀର୍ବାଦ ଏବଂ ନିଜର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସେ ଆଜି ସଫଳତା ପାଇଥିବା ଶୁଭେନ୍ଦୁ କହିଛନ୍ତି । ପିଲା ଦିନରୁ କିଛି ଭିନ୍ନ କାମ କରିବାର ଲକ୍ଷ୍ୟ ରଖିଥିବା ଶୁଭେନ୍ଦୁ ଦେଶ ଓ ମାନବ ସେବାରେ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.