୪୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ବିଧାୟକ ରାକେଶ ଦୈଲତାବାଦ, ସମର୍ଥକଙ୍କ ମଧ୍ୟରେ ଶୋକର ଲହରୀ

ରାକେଶ ଗୁରୁଗ୍ରାମର ବାଦଶାହପୁର ବିଧାନସଭାରୁ ଜଣେ ସ୍ୱାଧୀନ ବିଧାୟକ ଥିଲେ । ତେବେ ଶନିବାର ଦିନ ପ୍ରାୟ ୧୦ଟା ବେଳେ ତାଙ୍କର ହୃଦଘାତ ହୋଇଥିଲା । ହାର୍ଟ ଆଟାକରେ ପୀଡିତ ହେବା ପରେ ରାକେଶ ଦୈଲତାବାଦକୁ ଚିକିତ୍ସା ପାଇଁ ଏକ ଘରୋଇ ହସପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ବିଧାୟକ ୪୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ହରିୟାଣାର ସ୍ୱାଧୀନ ବିଧାୟକ ରାକେଶ ଦୈଲତାବାଦଙ୍କ ଦେହାନ୍ତ ହେବାର ଖବର ସାମ୍ନାକୁ ଆସିଛି । ରାକେଶ ଗୁରୁଗ୍ରାମର ବାଦଶାହପୁର ବିଧାନସଭାରୁ ଜଣେ ସ୍ୱାଧୀନ ବିଧାୟକ ଥିଲେ । ତେବେ ଶନିବାର ଦିନ ପ୍ରାୟ ୧୦ଟା ବେଳେ ତାଙ୍କର ହୃଦଘାତ ହୋଇଥିଲା । ହାର୍ଟ ଆଟାକରେ ପୀଡିତ ହେବା ପରେ ରାକେଶ ଦୈଲତାବାଦକୁ ଚିକିତ୍ସା ପାଇଁ ଏକ ଘରୋଇ ହସପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ବିଧାୟକ ୪୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାକେଶ ଦୈଲତାବାଦଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ।

ତେବେ ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ବାଦଶାହପୁର ବିଧାନସଭା ଆସନରୁ ଜିତିଥିଲେ । ନିର୍ବାଚନରେ ଜିତିବା ପରେ ସେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଜଣାଇଥିଲେ । ଦୈଲତାବାଦଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ହରିୟାଣା ବିଧାୟକ ରାକେଶ ଦୈଲତାବାଦଙ୍କର ହଠାତ୍ ଦେହାନ୍ତ ହୋଇଥିବାରୁ ସେ ଅତ୍ୟନ୍ତ ଦୁଃଖିତ, ତେବେ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ସେ ଖୁବ୍ କମ୍ ବୟସରେ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ବଡ କ୍ଷତି । ଏହି ଦୁଃଖ ସମୟରେ ଭଗବାନ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ‘ଓମ୍‌ ଶାନ୍ତି ’!

ରାକେଶ ଦୈଲତାବାଦର ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନୟାବ ସୌନି ସମବେଦନା ଜଣାଇଛନ୍ତି । ଦୈଲତାବାଦକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସିଏମ ସୌନି Xରେ ପୋଷ୍ଟ କରିଛନ୍ତି, ‘ବାଦଶହପୁରର ବିଧାୟକ ତଥା ବିଧାନସଭାର ପ୍ରମୁଖ ସହଯୋଗୀ ରାକେଶ ଦୈଲତାବାଦଙ୍କର ହଠାତ୍ ଦେହାନ୍ତ ହେବା ମୋତେ ଆଘାତ ଦେଇଛି । ତେବେ ରାକେଶଙ୍କର ହଠାତ୍ ଦେହାନ୍ତ ହେତୁ ହରିୟାଣା ରାଜନୀତିରେ ଏକ ଶୂନ୍ୟସ୍ଥାନ ରହିଛି । ଭଗବାନ ତାଙ୍କୁ ତାଙ୍କ ପାଦରେ ରଖନ୍ତୁ । ପରିବାର ସଦସ୍ୟ ଏବଂ ସମର୍ଥକମାନଙ୍କୁ ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ । ‘ଓମ୍ ଶାନ୍ତି’ !’ ଏହା ବ୍ୟତୀତ ବାଦଶହପୁରର ବିଧାୟକ ରାକେଶ ଦୈଲତାବାଦଙ୍କ ଦେହାନ୍ତକୁ ନେଇ ଦେଶର ସମସ୍ତ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.