କାଜୁ ସଂଗ୍ରହ ବେଳେ ଫୁଟିଲା ଗୁଳି, ଦୁଇଜଣ ଗୁରୁତର

କାଜୁ ବଗିଚାରୁ କାଜୁ ସଂଗ୍ରହ ବେଳେ ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା କରସିଙ୍ଗି ପଞ୍ଚାୟତର ପୋକସୁଙ୍ଗା ଗାଁରେ ହୋଇଛି ଗୁଳିମାଡ ।

ପୋଲସରା : କାଜୁ ବଗିଚାରୁ କାଜୁ ସଂଗ୍ରହ ବେଳେ ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା କରସିଙ୍ଗି ପଞ୍ଚାୟତର ପୋକସୁଙ୍ଗା ଗାଁରେ ହୋଇଛି ଗୁଳିମାଡ । ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ହେଲେ ରଘୁନାଥ ଜାନି ଓ ଅବକାସ ଜାନି । ଉଭୟଙ୍କୁ ପ୍ରଥମେ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇ ଥିଲା । ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ବୁଗୁଡା ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ପୂର୍ବଶତ୍ରୁତା କିମ୍ବା ପାରିବାରିକ ବିବାଦରୁ ଗୁଳିକାଣ୍ତ ଘଟିଥିବା ପୋଲିସ ଅନୁମାନ କରୁଛି ।

Leave A Reply

Your email address will not be published.