ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୮.୪୪ % ମତଦାନ

ଓଡ଼ିଶାରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ ।

ଭୁବନେଶ୍ୱର : ଓଡ଼ିଶାରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ଭୋଟ ଗ୍ରହଣ ହେଉଛି। ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୮.୪୪ % ମତଦାନ ହୋଇଛି ।

ଭୁବନେଶ୍ବର ଲୋକସଭା ଆସନରେ ୪୨.୫୩ ପ୍ରତିଶତ, କଟକ ଲୋକସଭା ଆସନରେ ୪୩ . ୫୨ % , ଢେଙ୍କାନାଳ ଲୋକସଭା ଆସନରେ ୫୦.୪୦ % , କେନ୍ଦୁଝର ଲୋକସଭା ଆସନରେ ୫୩.୨୯ % ମତଦାନ ହୋଇଛି । ପୁରୀ ଲୋକସଭା ଆସନରେ ୪୮.୭୧ % ଓ ସମ୍ବଲପୁର ଲୋକସଭା ଆସନରେ ୫୨.୭୭ % ଭୋଟିଂ ହୋଇଛି।

Leave A Reply

Your email address will not be published.