ଏବେ ଚଷମାରେ ସେୟାରେ କରିପାରିବେ ଇନଷ୍ଟାଗ୍ରାମ ଷ୍ଟୋରୀ, ଆସିଲା ବଢ଼ିଆ ଡିଭାଇସ୍‌

ଟେକ୍ନୋଲୋଜିରେ ହେଉଥିବା ପରିବର୍ତ୍ତନ ପାଇଁ ଏହା ସମ୍ଭବ ହେବ । ଏବେ ଆପଣ ଫୋନ ବ୍ୟବହାର ନକରି ବି ସନ୍‌ ଗ୍ଲାସେସ୍‌ ସାହାଯ୍ୟରେ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଫୋଟକୁ ସେୟାର କରିପାରିବେ ।

ଚଷମାରେ ହେବ ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ । କଥା ଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ବି ଏଭଳି କିଛି ସତରେ ହେବାକୁ ଯାଉଛି । ଟେକ୍ନୋଲୋଜିରେ ହେଉଥିବା ପରିବର୍ତ୍ତନ ପାଇଁ ଏହା ସମ୍ଭବ ହେବ । ଏବେ ଆପଣ ଫୋନ ବ୍ୟବହାର ନକରି ବି ସନ୍‌ ଗ୍ଲାସେସ୍‌ ସାହାଯ୍ୟରେ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଫୋଟକୁ ସେୟାର କରିପାରିବେ ।
ଗତ କିଛି ମାସ ମଧ୍ୟରେ ମେଟାର Ray-Ban ସ୍ମାର୍ଟ ଗ୍ଲାସେସ୍ ରେ ଅନେକ ନୂଆ ଫିଚର ଆଡ୍‌ କରାଯାଇଛି । ଏହି ଖାସ୍‌ ଫିଚର ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ସିଧାସଳଖ ଇନଷ୍ଟାଗ୍ରାମରେ ଷ୍ଟୋରୀ ପୋଷ୍ଟ କରିବାର ସୁବିଧା । ବର୍ତ୍ତମାନ ଆପଣ ଫୋନ୍ ବ୍ୟବହାର ନକରି ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ Ray-Ban ଚଷମା ଦ୍ୱାରା ଫଟୋ ସେୟାର କରିପାରିବେ । ମେଟା ଏହାର Ray-Ban ଚଷମା ପାଇଁ ଆମାଜନ ମ୍ୟୁଜିକ୍ ଏବଂ ମେଡିଟେସନ୍‌ ଆପ ଭଳି ଅପଡେଟ୍ସକୁ ଜାରି କରିଛି ।

ଆପଣ Ray-Ban ଗ୍ଲାସେସ୍ ରେ ଉଠାଇଥିବା ଫଟୋକୁ ଭଏସ୍ କମାଣ୍ଡ ଦେଇ ପୋଷ୍ଟ କରିପାରିବେ । ଗୋଟିଏ ଫଟୋ ଉଠାଇବା ପରେ ଆପଣ କହିପାରିବେ “ହେ ମେଟା, ସେୟାର ମାଏ ଲାଷ୍ଟ ଫଟୋ ଟୁ ଇନଷ୍ଟାଗ୍ରାମ” କିମ୍ବା ଏକ ନୂଆ ଫଟୋ ଉଠାଇବା ପୂର୍ବରୁ ଆପଣ “ ପୋଷ୍ଟ ଏ ଫଟୋ ଟୁ ଇନଷ୍ଟାଗ୍ରାମ” କହିପାରିବେ । ମେଟା ଭ୍ୟୁ ଆପ୍ ମାଧ୍ୟମରେ ଆପଣ Ray-Ban ଗ୍ଲାସ୍ ଦ୍ୱାରା ନିଆଯାଇଥିବା ଫଟୋକୁ ପୋଷ୍ଟ କରିପାରିବେ ।

ଏହା କରିବା ପାଇଁ ଆପଣଙ୍କୁ କେବଳ ଆପ୍ ଖୋଲିବାକୁ ପଡିବ । ଗ୍ୟାଲେରୀ ସେକ୍ସନକୁ ଯିବା ପରେ ଆପଣ ଇନଷ୍ଟାଗ୍ରାମ, ଇନଷ୍ଟାଗ୍ରାମ ଷ୍ଟୋରୀ, ହ୍ଵାଟସ୍ ଆପ୍, ଫେସବୁକ୍ ଷ୍ଟୋରୀ ଏବଂ ଫେସବୁକ୍ ପୋଷ୍ଟରେ ସେୟାର କରିବାକୁ ଚାହୁଁଥିବା ଫଟୋକୁ ବାଛିବେ । କିନ୍ତୁ ମନେରଖନ୍ତୁ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ପାଇଁ ଆପଣଙ୍କୁ ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମେଟା ଆପ୍ ସହିତ କନେକ୍ଟ କରିବାକୁ ପଡିବ । ମେଟା ଭ୍ୟୁ ଆପ୍ ସହିତ ଲିଙ୍କ୍ ହୋଇଥିବା ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ସବୁବେଳେ ଆପଣଙ୍କ ମୋବାଇଲ୍ ଫୋନରେ ଖୋଲା ରହିବ । ଯଦି ଆପଣ ଆପଣଙ୍କର ମୋବାଇଲ୍ ଫୋନରେ ଭିନ୍ନ ଭିନ୍ନ ପ୍ରୋଫାଇଲ୍ ବ୍ୟବହାର କରନ୍ତି, ତେବେ ମେଟା ଭ୍ୟୁ ଏବଂ ଇନଷ୍ଟାଗ୍ରାମ ମଧ୍ୟରେ ଥିବା କନେକ୍ସନ ଖରାପ ହେବ ।

ଏହା ବ୍ୟତୀତ ଚାଲିବା ସମୟରେ ମେଡିଟେସନ ଏବଂ ମାଇଣ୍ଡଫୁଲନେସ୍‌ ଏକ୍ସରସାଇଜ୍‌ କରିବା ପାଇଁ ମେଡିଟେସନ୍ ଆପ୍ calm ସହିତ ମେଟା ପାର୍ଟନରସିପ୍‌ କରିଛି । ଯେଉଁମାନେ Ray-Ban ଗ୍ଲାସେସ୍ କିଣୁଛନ୍ତି calm ଆପ୍ ସେମାନଙ୍କୁ ତିନିମାସ ର ମାଗଣା ସବସ୍କ୍ରିପସନ୍ ଦେଉଛି । ଏହି ଚଷମାରେ ବର୍ତ୍ତମାନ ଆମାଜନ ମ୍ୟୁଜିକ୍ ମଧ୍ୟ ଷ୍ଟ୍ରିମ୍ କରାଯାଇ ପାରିବ । ଆପଣ ନିଜ ସ୍ୱର କିମ୍ବା ଟଚ୍‌ ଦ୍ୱାରା ଭଲ୍ୟୁମ୍ କୁ ବଦଳାଇ ପାରିବେ । ପୂର୍ବରୁ Ray-Ban ଗ୍ଲାସେସ୍ ରେ ସ୍ପୋଟିଫାଏ ଥିଲା ଏବଂ ବର୍ତ୍ତମାନ ଏଥିରେ ଆପଲ୍ ମ୍ୟୁଜିକ୍ କୁ ମଧ୍ୟ ସାମିଲ କରାଯାଇଛି ।

Leave A Reply

Your email address will not be published.