ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Honor X6b, ମିଳିବ ଦମଦାର ଫିଚର୍ସ

ସ୍ମାର୍ଟଫୋନ୍ ବଜାରରେ ପ୍ରତିଦିନ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଏ । ଏହି ଧାରା ଜୁନ୍ ମାସରେ ମଧ୍ୟ ଜାରି ରହିଛି । ଲୋକପ୍ରିୟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Honor ଏକ ନୂତନ ସ୍ମାର୍ଟଫୋନ୍ ଲଞ୍ଚ କରିଛି । Honorର ନୂତନ ସ୍ମାର୍ଟଫୋନ୍ ହେଉଛି Honor X6b ଏବଂ ମିଡ଼ ରେଞ୍ଜ ବଜେଟ୍ ବିଭାଗର ୟୁଜରମାନଙ୍କୁ ଧ୍ୟାନରେ ରଖି କମ୍ପାନୀ ଏହାକୁ ବଜାରରେ ଲଞ୍ଚ କରିଛି ।

Honor X6b ରେ, ଗ୍ରାହକମାନେ ସୁଲଭ ମୂଲ୍ୟରେ ଅନେକ ଦମଦାର ଫିଚର୍ସ ପାଇବାକୁ ଯାଉଛନ୍ତି । ଏହି ସ୍ମାର୍ଟଫୋନରେ କମ୍ପାନୀ ୬. ୫୬ ଇଞ୍ଚର ଏକ ବଡ଼ ଡ଼ିସପ୍ଲେ ଏବଂ ଡିସପ୍ଲେରେ ୯୦Hz ର ରିଫ୍ରେସ ରେଟ ପ୍ରଦାନ କରିଛି । ସ୍ମାର୍ଟଫୋନରେ ୫୨୦୦mAh ର ଏକ ବଡ ବ୍ୟାଟେରୀ ଅଛି । କହି ରଖୁଛୁ Honor ଏହାର ୱେବସାଇଟରେ Honor X6b ତାଲିକାଭୁକ୍ତ କରିଛି କିନ୍ତୁ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

Honorର ଏହି ଫୋନ୍ ବଜାରରେ ଅନେକ କଲର ଅପ୍ସନ ଯଥା ଅନେକ ସେଡ୍ସରେ ଲଞ୍ଚ କରାଯାଇଛି । ଯଦି ଆପଣ ଏହାକୁ କିଣିବାକୁ ଚାହାଁନ୍ତି, ତେବେ ଆପଣ ଏଥିରେ Starry Purple, Ocean Cyan,Forest Green ଏବଂ Midnight Black କଲର ଅପ୍ସନ ପାଇବେ ।

Honor X6b ଫିଚର୍ସ:
କମ୍ପାନୀ Honor X6b ରେ ୬. ୫୬ ଇଞ୍ଚ TFT LCD ଡ଼ିସପ୍ଲେ ପ୍ରଦାନ କରିଛି । ଭଲ ପରଫରମାନ୍ସ ପାଇଁ, ଏହାର ୯୦Hz ର ରିଫ୍ରେସ ରେଟ ଅଛି । ଏହାର ଡ଼ିସପ୍ଲେ ୱାଟର ଡ୍ରପ୍ ନଚ୍ ଡିଜାଇନ୍ ସହିତ ଆସିଥାଏ । ଏହାର ଫ୍ରଣ୍ଟ କ୍ୟାମେରା ନିକଟରେ ଏକ ମ୍ୟାଜିକ୍ କ୍ୟାପସୁଲ୍ ଫିଚର ରହିବ ଯେଉଁଥିରେ ଆପଣ ଅଧିକାଂଶ ଆପ୍ ଆକ୍ସେସ କରିବାକୁ ସମର୍ଥ ହେବେ ।

Honor X6b ରେ ପରଫରମାନ୍ସ ପାଇଁ, କମ୍ପାନୀ ଏଥିରେ MediaTek Helio G85 ପ୍ରୋସେସର ଦେଇଛି । ଏଥିରେ ଆପଣ ଦୈନନ୍ଦିନ ଜୀବନରେ ଭଲ ସ୍ପିଡ଼ ପାଇବାକୁ ଯାଉଛନ୍ତି କାରଣ ଏହି ଫୋନ ୬ ଜିବି ପର୍ଯ୍ୟନ୍ତ RAM ସହିତ ଯୋଗାଇ ଦିଆଯାଇଛି । ଏଥିରେ ଆପଣ ୧୨୮GB ଏବଂ ୨୫୬GB ଷ୍ଟୋରେଜ୍ ର ଅପ୍ସନ ପାଇବେ । ଫଟୋଗ୍ରାଫି ପାଇଁ, ଏହି ଫୋନରେ ୫୦MP ପ୍ରାଇମେରୀ କ୍ୟାମେରା ଅଛି । ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ ଏହାର ୫୨୦୦mAh ବ୍ୟାଟେରୀ ଅଛି ଯାହା ୩୫W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।

Leave A Reply

Your email address will not be published.