ବାବା ମୁକ୍ତେଶ୍ଵର ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଝୋଳନ ଯାତ୍ରା

କୁଚିଣ୍ଡା: ଭାବ ଆଉ ଭକ୍ତିରେ ବନ୍ଧା ମହାଦେବ । ବାବା ମୁକ୍ତେଶ୍ଵର ସମସ୍ତ ଦୁଃଖ ହରନ୍ତି । ଦୁଃଖ ଜଣାଇବା ପାଇଁ ଯେଉଁ ଭକ୍ତ ତାଙ୍କ ନିକଟକୁ ଧାଇଁ ଯାଆନ୍ତି ସେ ସମସ୍ତଙ୍କ ଦୁଃଖ ହରିଥାଆନ୍ତି । ତେବେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାବା ମୁକ୍ତେଶ୍ଵର ଧାମରେ ମନ୍ଦିର ପ୍ରବେଶ କରିଛନ୍ତି । ଶିବ ପାର୍ବତୀଙ୍କ ହୋଇଛି ବିବାହ । ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀ, ଏ ବର୍ଷ ଭଗବାନ ଶିବଙ୍କ ମାତା ପିତା ଭୂମିକା ଦେବଗଡ ରାଜା ନୀତିଶ ଗଙ୍ଗଦେବ ଓ ରାଣୀ ଅରୁନ୍ଧତୀ ଦେବୀ ତୁଲାଇଥିବା ବେଳେ ଦେବଗଡ ଭିତିରିଆ ସାଇ ନିବାସୀ ପ୍ରଶାନ୍ତ ଜେନା ଓ ତାଙ୍କ ପତ୍ନୀ ମାନିନୀ ପ୍ରଭା ଜେନା ପାର୍ବତୀଙ୍କ ମାତା ପିତା ଭୂମିକା ତୁଲାଇ ଥିଲେ ।

ଗତ ୧୦ ତାରିଖ ରେ ଦେବଗଡ ଜେନା ଭବନ ରେ ଭଗବାନ ଶିବଙ୍କ ବିବାହ ସମାପନ ପରେ ୧୧ ତାରିଖ ଦେବଗଡ ସହର ପରିକ୍ରମା ସାରି କାଲି ଜମନକିରା, ଷଣ୍ଢ ପଥର,କୁଅଗୋଲା ଗାଁ ଭ୍ରମଣ କରି ଆଜି ସକାଳୁ ମୁକ୍ତେଶ୍ଵର ମନ୍ଦିର ପ୍ରବେଶ କରିଥିଲେ । ଏହି ଅବସରରେ ରାଣୀ ଅରୁନ୍ଧତୀ ଦେବୀ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କରି ମନ୍ଦିର ପ୍ରବେଶ କରାଇଥିଲେ ।

ତେବେ ପ୍ରତିବର୍ଷ ବାବା ମୁକ୍ତେଶ୍ୱରଙ୍କ ପୀଠରେ ଝୋଳନ ଯାତ୍ରା ହୋଇଥାଏ କାହିଁ କେତେ ଦୂରରୁ ଧାଇଁ ଆସିଥାଆନ୍ତି ଭକ୍ତଗଣ । ଏ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଛି ଝୋଳନ ଯାତ୍ରା । ଶିବ ବିବାହ ସମ୍ପନ ହୋଇଛି ।

Leave A Reply

Your email address will not be published.