ପୁଣେ ପୋର୍ସେ କାର୍‌ ଦୁର୍ଘଟଣା ମାମଲା: ଅଭିଯୁକ୍ତ ନାବାଳକ ରକ୍ତ ନମୁନାରେ ହେରଫେର, ୨ ଡାକ୍ତର ଗିରଫ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକର ରକ୍ତ ନମୁନାରେ ହେରଫେର କରିବା ଅଭିଯୋଗରେ ପୋଲିସ ଫରେନ୍ସିକ ଡିପାର୍ଟମେଣ୍ଟର ମୁଖ୍ୟଙ୍କ ସମେତ ଜଣେ ଡାକ୍ତରଙ୍କୁ ଗିରଫ କରିଛି । ଏ ଦୁହେଁ ନାବାଳିକା ଅଭିଯୁକ୍ତର ରକ୍ତ ନମୁନାକୁ ବଦଳାଇ ଦେଇଥିବା ଓ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା ।

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାର ଅଭିଯୁକ୍ତ ନାବାଳକର ରକ୍ତ ନମୁନାରେ ହେରଫେର କରିବା ଅଭିଯୋଗରେ ପୋଲିସ ଫରେନ୍ସିକ ଡିପାର୍ଟମେଣ୍ଟର ମୁଖ୍ୟଙ୍କ ସମେତ ଜଣେ ଡାକ୍ତରଙ୍କୁ ଗିରଫ କରିଛି । ଡାକ୍ତର ଅଜୟ ତାଓ୍ୱଡେ ଓ ହରି ହାରନୋରଙ୍କୁ ପୋଲିସ ଗିରଫ କରିଛି ।

ହରି ହରନୋର୍ ପୁଣେ ସସୁନ ହସ୍ପିଟାଲର ଫରେନ୍ସିକ୍ ବିଭାଗର ମୁଖ୍ୟ । ଏ ଦୁହେଁ ନାବାଳିକା ଅଭିଯୁକ୍ତର ରକ୍ତ ନମୁନାକୁ ବଦଳାଇ ଦେଇଥିବା ଓ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ପଚରାଉଚରା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି ବୋଲି ପୋଲିସ ଆୟୁକ୍ତ ଅମିତେଶ କୁମାର କହିଛନ୍ତି ।

ମେ ୧୯ରେ ଦୁର୍ଘଟଣା ପରେ ନାବାଳକଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ସେସନ୍ ହସ୍ପିଟାଲକୁ ନିଆଯାଇଥିଲା । ଏହି ଦୁଇ ଜଣ ଦୁର୍ଘଟଣାରେ ସମ୍ପୃକ୍ତ ନାବାଳକର ରକ୍ତ ନମୁନାକୁ ମଦ୍ୟପାନ ନକରିଥିବା ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ସହ ବଦଳାଇ ଦେଇଥିଲେ । ପ୍ରଥମ ରିପୋର୍ଟରେ ଆସିଥିଲି କି, ନାବାଳକ ଜଣକ ମଦ୍ୟପାନ କରିନାହିଁ । ଏହାକୁ ନେଇ ସନ୍ଦେହ ବଢିଥିଲା । କିନ୍ତୁ ସେଦିନ ରାତିର ସିସିଟିଭି ଫୁଟେଜରେ ନିଜ ସାଙ୍ଗ ସହିତ ନାବାଳକ ମଦ ପିଉଥିବାର ଦେଖିବାକୁ ମିଳିଥିଲା ।

ପୁଣେ ସସୁନ ହସପିଟାଲର ଡାକ୍ତର ନାବାଳକର ରକ୍ତ ନମୁନାକୁ ବଦଳାଇ ଦେଇଥିଲେ । ଦୁଇ ଡାକ୍ତରଙ୍କୁ ପୋଲିସ ଗିରଫ କରି ମୋବାଇଲ ମଧ୍ୟ ଜବତ କରିଛି । ତେବେ ଦୁର୍ଘଟଣା ଦିନ ଡାକ୍ତର ଅଜୟ ତାଓ୍ଵଡେ ଏବଂ ଅଭିଯୁକ୍ତ ନାବାଳକ ବାପା ବିଶାଲ ଅଗ୍ରଓ୍ଵାଲଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲେ ।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତି ୨.୩୦ରେ ବିଲ୍ଡର ବିଶାଲ ଅଗ୍ରଓ୍ୱାଲଙ୍କ ୧୭ ବର୍ଷୀୟ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲେ । ଦ୍ବାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୩ଜଣ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ସେ ଦ୍ରୁତ ଗତିରେ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ । ସ୍ଥାନୀୟ ଲୋକେ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ ।

ପୋଲିସ କହିବା ମୁତାବକ, ପ୍ରଥମ ପବରେ ନିଜ ସାଙ୍ଗ ସହିତ ନାବାଳକ ଅଭିଯୁକ୍ତ ୧୦.୪୦ରେ ପହଞ୍ଚିଥିଲା । ହେଲେ ଏହି ପବ୍‌ ସର୍ଭିସ ବନ୍ଦ କରିଥିବାରୁ ଦ୍ୱିତୀୟ ପବ୍‌ ବ୍ଲାକ ମାରିଅଟରେ ୧୨.୧୦ରେ ପହଞ୍ଚିଥିଲା । ପବ୍‌ରେ ୪୮ ହଜାର ଟଙ୍କାର ବିଲ୍‌ ମିଳିଥିଲା । ଯାହାର ବିଲ୍‌ ନାବାଳକ ଜଣକ ଭରିଥିଲେ । ଅଭିଯୁକ୍ତ ନାବାଳକ ଜଣକ ସାଙ୍ଗମାନଙ୍କ ସହିତ ମିଶି ମଦ ପିଇଥିଲେ ।

Leave A Reply

Your email address will not be published.