ବରମୁଣ୍ଡା ଅଞ୍ଚଳରେ ବୋମା ମାଡ଼, ସ୍କର୍ପିଓ ଉପରକୁ ବୋମା ଫିଙ୍ଗି ଫେରାର ଦୁର୍ବୃତ୍ତ

ବରମୁଣ୍ଡା ଅଞ୍ଚଳରେ ହୋଇଛି ବୋମା ମାଡ଼ | ସ୍କର୍ପିଓ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ | 4 ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି |

ଭୁବନେଶ୍ୱର : ବରମୁଣ୍ଡା ଅଞ୍ଚଳରେ ହୋଇଛି ବୋମା ମାଡ଼ | ସ୍କର୍ପିଓ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ | 4 ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି | ସୂଚନା ଅନୁସାରେ ସକାଳ 8 ସମୟରେ 4 ଜଣ ବାଇକରେ ଆସି ଆକ୍ରମଣ କରି ଫେରାର ହୋଇଯାଇଥିଲେ |

ବୋମା ମାଡ଼ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ | ଏହା ନିର୍ବାଚନୀ ହିଂସା କି ଗୋଷ୍ଠୀ ସଂଘର୍ଷ ଏନେଇ ପୋଲିସ କରୁଛି ତନାଘନା | IIC ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି | କିଏ ଆକ୍ରମଣ କଳା ତାକୁ ଖୋଜୁଛି ପୋଲିସ | ଏହା ଷ୍ଟ୍ରିଟ୍ କ୍ରାଇମ୍ ନା ନିର୍ବାଚନୀ ହିଂସା ଏନେଇ ସ୍ପଷ୍ଟ ହୋଇନାହିଁ | ଆଉ କିଛି ସମୟ ପରେ ଭୁବନେଶ୍ୱର DCP ପ୍ରତୀକ ସିଂହ କରିବେ ଆକ୍ରମଣର ଖୁଲସା |

Leave A Reply

Your email address will not be published.