ଶ୍ରୀମନ୍ଦିରରେ ଅଣନିଶ୍ୱାସୀ, ଅସମ୍ଭାଳ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରଜ ଛୁଟିଥିବାରୁ ରଜ ପାଳିବାକୁ ସମସ୍ତେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ।

ଭିତର କାଠ ଓ ବାହାର କାଠ ପାଖରୁ ଠାକୁରଙ୍କୁ ଦର୍ଶନ ବେଳେ ଠେଲାପେଲା ହୋଇଥିଲେ ଭକ୍ତ । ଗତକାଲି ଗୋଟିଏ ଦିନରେ ପ୍ରାୟ ୨ ଲକ୍ଷରୁ ଅଧିକ ଭକ୍ତ ଭହାପ୍ରଭୁଙ୍କ ଦର୍ଶନ କରିଥିବା ଜଣାପଡିଛି । ଭୋର ୪ଟାରୁ ଆରମ୍ଭ ହୋଇଯାଉଛି ଭକ୍ତଙ୍କ ଗହଳି । ଚାରି ଦ୍ୱାର ଖୋଲା ହେବା ସତ୍ୱେ ମଧ୍ୟ ଭକ୍ତ ଲମ୍ବା ସମୟ ଧରି ଅପେକ୍ଷା କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave A Reply

Your email address will not be published.