ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷ, କପି ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଦୁଇଟି ସିଟଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହୋଇଛି । ସାଢ଼େ ୯ଟାରୁ ସାଢ଼େ ୧୧ଟା ପ୍ରଥମ ସିଟିଂ। ଦ୍ୱିତୀୟ ସିଟିଂ ପରୀକ୍ଷା ସାଢ଼େ ୨ଟାରୁ ଆରମ୍ଭ ହୋଇ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ମେ ୨୬ରେ ହେବାର ଥିଲା । କିନ୍ତୁ ଦେଶରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧୬କୁ ଘୁଞ୍ଚା ଯାଇଥିଲା ।

ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି । କପି ରୋକିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଲକ୍ଷଲକ୍ଷ ପରୀକ୍ଷାର୍ଥୀ ପ୍ରିଲିମ ପରୀକ୍ଷା ଦେଉଛନ୍ତି । ୟୁପିଏସସି ପରୀକ୍ଷା ୩ ଟି ପର୍ଯ୍ୟାୟରେ ହୋଇଥାଏ । ପ୍ରିଲିମ, ମେନ ଓ ପର୍ସନାଲିଟି ଟେଷ୍ଟ। IAS, IFS ଓ IPS ଏବଂ ଅନ୍ୟାନ୍ୟ ଗ୍ରେଡ A ଓ ଗ୍ରେଡ୍ B ପଦବୀ ପାଇଁ ଅଧିକାରୀ ଚୟନ କରିବାକୁ ଏହି ୟୁପିଏସସି ପରୀକ୍ଷା ହୋଇଥାଏ ।

Leave A Reply

Your email address will not be published.