ସମ୍ପର୍କୀୟ ଶଳାର ଜୀବନ ନେଲା ଭିଣୋଇ

ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ । ମୃତକ ହେଲେ ସେହି ଗ୍ରାମର କୈଳାଶ ନାୟକ । ମୋହନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭିଣୋଇ ଉଦୟ ନାୟକକୁ କାବୁ କରିବା ସହ ଦେଶି ବନ୍ଧୁକ ଜବତ କରି ତଦନ୍ତ କରିଛି ।

ସୂଚନା ମୁତାବକ, ଗତକାଲି ଅପରାହ୍ନରେ କୈଳାଶ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଭିଣୋଇ ଉଦୟ ନିଜ ଦେଶି ବନ୍ଧୁକରେ କୈଳାଶଙ୍କୁ ଗୁଳି କରିଥିଲା । କୈଳାଶଙ୍କ ଛାତିରେ ୨ ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୂର୍ବ ଶତ୍ରୁତାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଏପଟେ ପୋଲିସର ତଦନ୍ତ ପରେ ପ୍ରକୃତ ସତ କଣ ତାହା ସାମ୍ନାକୁ ଆସିବ ।

Leave A Reply

Your email address will not be published.