ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅରବିନ୍ଦ କେଜ୍ରିଓ୍ଵାଲ, ଅନ୍ତରୀଣ ଜାମିନକୁ ୭ ଦିନ ବଢାଇବାକୁ କଲେ ଆବେଦନ

କେଜ୍ରିଓ୍ଵାଲ ଦିଲ୍ଲୀ ଅବକାରୀ ନୀତି ମାମଲାରେ କୋର୍ଟରେ ଯାଚିକା ଦାଖଲ କରି ଅନ୍ତରୀଣ ଜାମିନକୁ ୭ ଦିନ ବଢାଇବାକୁ ଆବେଦନ କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏହି ଆବେଦନ କରିଛନ୍ତି କେଜ୍ରିୱାଲ । ଡାକ୍ତରୀ ପରୀକ୍ଷା କରାଇବାକୁ ପଡୁଥିବାରୁ ସେ ଜାମିନ ଅବଧି ବୃଦ୍ଧି କରିବାକୁ ଚାହୁଁଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେଜ୍ରିଓ୍ଵାଲ ଦିଲ୍ଲୀ ଅବକାରୀ ନୀତି ମାମଲାରେ କୋର୍ଟରେ ଯାଚିକା ଦାଖଲ କରି ଅନ୍ତରୀଣ ଜାମିନକୁ ୭ ଦିନ ବଢାଇବାକୁ ଆବେଦନ କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏହି ଆବେଦନ କରିଛନ୍ତି କେଜ୍ରିୱାଲ । ତେବେ ପୂର୍ବରୁ ତାଙ୍କୁ ଜୁନ୍‌ ୧ ତାରିଖ ଯାଏଁ ଅନ୍ତରୀଣ ଜାମିନ ମିଳିଛି । ଜୁନ୍‌ ୨ ତାରିଖରେ ପୁଣି ତାଙ୍କୁ ଜେଲ ଯିବାକୁ ପଡିବ ।

କେଜ୍ରିଓ୍ଵାଲ ନିଜ ଯାଚିକାରେ କହିଛନ୍ତି, ଗିରଫ ହେବା ପରେ ତାଙ୍କ ଓଜନ ୭ କିଲୋ କମିଛି । କେବଳ ଏତିକି ନୁହେଁ କିଟୋନ ଲେବଲ ମଧ୍ୟ ବଢିଛି । ଏହି ଲକ୍ଷଣ କୌଣସି ଗୁରୁତର ରୋଗର ହୋଇପାରେ । ତେଣୁ ଡାକ୍ତର ଯାଞ୍ଚ କରିବା ପାଇଁ PET-CT ସ୍କାନ ହେବା ସହିତ ଅନେକ ଟେଷ୍ଟ କରିବା ଜରୁରୀ । ତେଣୁ ଏସବୁକୁ ଡାକ୍ତରୀ ପରୀକ୍ଷା କରାଇବାକୁ ପଡୁଥିବାରୁ ସେ ଜାମିନ ଅବଧି ବୃଦ୍ଧି କରିବାକୁ ଚାହୁଁଛନ୍ତି । ଏଥିପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ତିହାର ଜେଲରେ ଥିଲେ । ଲୋକସଭା ନିର୍ବାଚନ ଚାଲିଥିବାରୁ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କ ବ୍ୟତୀତ ଯାଞ୍ଚ ଏଜେନ୍ସୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ସେ ଏବେ ଜେଲରେ ବନ୍ଦ ରହିଛନ୍ତି । ଏହି ମାମଲାରେ ପୂର୍ବରୁ ଆପ ରାଜ୍ୟସଭାର ସାଂସଦ ସଂଜୟ ସିଂ ଗିରଫ ହୋଇଥିଲେ । ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିସାରିଛି ।

Leave A Reply

Your email address will not be published.