ଦିଲ୍ଲୀ ଏୟାରପୋର୍ଟରେ ବିଦ୍ୟୁତ୍‌ କାଟ୍‌ ; ସିଷ୍ଟମ ଠପ୍‌, ବିମାନ ଉପରେ ପ୍ରଭାବ, ଯାତ୍ରୀ ହନ୍ତସନ୍ତ

ରାଜଧାନୀ ଦିଲ୍ଲୀରେ ବିଜୁଳି କାଟ୍‌ ହେବା ଯୋଗୁଁ ସବୁ କାର୍ଯ୍ୟରେ ପ୍ରଭାବ ପଡିଛି । ବିଜୁଳି କାଟ ହେବା ଯୋଗୁଁ ସମସ୍ତ ସିଷ୍ଟମ ଫେଲ ହୋଇଛି । ଏହାର ପ୍ରଭାବ ଘରୋଇ ଏବଂ ଅର୍ନ୍ତରାଷ୍ଟ୍ରୀୟ ବିମାନ ଉପରେ ପଡିଛି । ଫଳରେ ଦିଲ୍ଲୀ ଏୟାରପୋର୍ଟରେ ଥିବା ସମସ୍ତ ଯାତ୍ରୀ ସମସ୍ୟା ଭୋଗିଛନ୍ତି ।

ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ୧୫ ମିନିଟ ଧରି ବିଦ୍ୟୁତ୍‌ କାଟ ହୋଇଥିଲା । ଏଥିପାଇଁ ଏୟାରପୋର୍ଟର ସବୁ କାମ ଠପ୍‌ ହୋଇପଡିଛି । କେବଳ ଯାତ୍ରୀ ନୁହେଁ ଏୟାରଲାଇନ୍ସ କର୍ମଚାରୀ ଚିନ୍ତିତ ହୋଇପଡିଛନ୍ତି । ଯାତ୍ରୀ ଚେକ୍‌ ଇନ୍‌ କରିପାରୁନାହାନ୍ତି । ସୁରକ୍ଷା ଚେକିଂ ଠପ୍‌ ହୋଇଛି ।

ହଠାତ ବିଜୁଳି କାଟ୍‌ ହେବା ଯୋଗୁଁ ଏୟାରଲାଇନ୍ସ ଚେକ୍‌ ଇନ ସିଷ୍ଟମ, ସୁରକ୍ଷା ଯାଞ୍ଚ, ଡୋର ଫ୍ରେମ ମେଟାଲ ଡିଟେକ୍ଟର, ଇମିଗ୍ରେସ ବ୍ୟୁରୋ ସିଷ୍ଟମ ସହିତ ଏରୋବି୍ରଜି କାମ ମଧ୍ୟ ଠପ୍‌ ହୋଇପଡିଛି । କହିବାକୁ ଗଲେ ଦିଲ୍ଲୀ ଏୟାରପୋର୍ଟର ଅପରେସନ ସଂପୂର୍ଣ୍ଣ ଠପ୍‌ ହୋଇଛି ।

କିଛି ସମୟ ପରେ ବିଜୁଳି ଆସିଥିଲା କିନ୍ତୁ ପୁରା ସିଷ୍ଟମ ଆଉଥରେ ରିଷ୍ଟାର୍ଟ ହେବାକୁ ସମୟ ଲାଗିଥିଲା । ଏହି କାରଣ ଯୋଗୁଁ ଫ୍ଲାଇଟ ଅପରେସନ ଆରମ୍ଭ ହେବାକୁ ସମୟ ଲାଗିଥିଲା । ତେବେ ଦିଲ୍ଲୀ ଏୟାରପୋର୍ଟରେ ବିଦ୍ୟୁତ କାଟ୍‌ ଦୁର୍ଲଭ ଘଟଣା ।

Leave A Reply

Your email address will not be published.