ଆର୍ଟ ଅଫ୍ ଗିଭିଙ୍ଗ, ଓଡିଆ ଫିଲ୍ମ ଓ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ ପକ୍ଷରୁ ଛତା ବଣ୍ଟନ

ଭୁବନେଶ୍ୱର : ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏକ ଅଭିନବ ପ୍ରୟାସ ହେଉଛି ଆର୍ଟ ଅଫ୍ ଗିଭିଙ୍ଗ । ଯାହାକି ପ୍ରତିବର୍ଷ ପାଳନ କରାଯାଏ । ଏହି ଅବସରରେ ଓଡିଆ ଫିଲ୍ମ ଓ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ ପକ୍ଷରୁ ଛତା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା  । ଆର୍ଟ ଅଫ ଗିଭିଙ୍ଗ ମିଳିତ ସହଭାଗିତାରେ ଭୁବନେଶ୍ବର ଶ୍ରୀୟା ସିନେମା ହଲ ସମ୍ମୁଖରେ ଏହି ଛତା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି ।

ଏଥିରେ ଓଡିଶାର ବରିଷ୍ଠ ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ସାମିଲ ହୋଇଥିଲେ । ରାସ୍ତାରେ ଯାଉଥିବା ପଥଚାରୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଛତା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆସୋସିଏସନ କହିଛି, ଯେ ଫିଲ୍ମ ନିର୍ଦ୍ଦେଶକ କେବଳ ଫିଲ୍ମ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁନାହାଁନ୍ତି । ବିଭିନ୍ନ ସାମାଜିକ କାର୍ଯ୍ୟ କରି ଜନସାଧାରଣଙ୍କ ନିକଟରେ ପହଞ୍ଚନ୍ତି ।

ଏବେ ଅଧିକ ମାତ୍ରାରେ ଖରା ହେଉଛି । ଆଗକୁ ବର୍ଷା ହେବ। ତେଣୁ ଛତା ସମସ୍ତଙ୍କ ପାଇଁ ଆଶ୍ୟକବୋଲି କହିଛନ୍ତି ଚଳଚ୍ଚିତ୍ର ନିର୍ମାତା ହିମାଂଶୁ ଶେଖର ଖଟୁଆ । ଆଗରୁ ମଧ୍ୟ ଆସୋସିଏସନ ତରଫରୁ ଅନେକ ସାମାଜିକ କାର୍ଯ୍ୟକ୍ରମ କରଯାଇଛି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି କହିଛି ଆସୋସିଏସନ । ରଥଯାତ୍ରା ସମୟରେ ପୁରୀର ସେବାୟତ ମାନଙ୍କ ପାଦସେବା ସହ ଜଳଦାନ କରାଯିବା କାର୍ଯ୍ୟକ୍ରମ ରହିଛି ।

ଆଜି ସାରା ବିଶ୍ବରେ ପାଳିତ ହେଉଛି ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ କାର୍ଯ୍ୟ କରିବା ହେଉଛି ଆର୍ଟ ଅଫ୍ ଗିଭିଂର ଜୀବନ ଦର୍ଶନ । ଆଜି ଏହା ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ପାଳିତ ହେଉଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଆର୍ଟ ଅଫ୍ ଗଭିଂ ସାରା ବିଶ୍ବରେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।

ଏହି ଦିବସ ୨୦୧୩ ମସିହା ମେ ୧୭ ତାରିଖରେ ଆରମ୍ଭ ହୋଇଥିଲା । ଯାହା ଏବେ ସାରା ବିଶ୍ବକୁ ବ୍ୟାପି ଯାଇଛି । ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଖୁସିର ପ୍ରସାର ହେଉଛି ପ୍ରମୁଖ ଲକ୍ଷ୍ୟ। ଯେଉଁଠି ଯେତେବେଳେ ଆବଶ୍ୟକ ସେଇଠି ସେହି ସମୟରେ ସହଯୋଗର ହାତ ବଢ଼ାଇବା । ଏହି ଦିବସ ପ୍ରତି ବର୍ଷ ମେ ୧୭ ତାରିଖରେ ପାଳିତ ହୋଇଥାଏ । ତେବେ ଚଳିତ ବର୍ଷ ଏକାଦଶ ଆର୍ଟ ଅଫ୍ ଗିଭିଂ ଦିବସ ଜୁନ୍ ୧୭ ତାରିଖରେ ପାଳନ କରାଯାଉଛି ।

Leave A Reply

Your email address will not be published.