କଳହର କରୁଣ ପରିଣତି, ସ୍ତ୍ରୀର ବେକ କାଟିଲା ସ୍ୱାମୀ

ନୀଳଗିରି : ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀର ବେକ କାଟି ମାରିବାକୁ ଉଦ୍ୟମ କଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ଗାଁର ଘଟିଛି ଏହି ଅଭାବନୀୟ ଘଟଣା । ଦୀପକ ମଲ୍ଲିକଙ୍କ ସ୍ତ୍ରୀ ମନୀଷା ମଲ୍ଲିକ ରଜ ସଂକ୍ରାନ୍ତି ପାଇଁ ବାପ ଘରକୁ ଯାଇଥିଲେ ସେଠାରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ବେଳେ ଉତକ୍ଷିପ୍ତ ହୋଇ ମନିଷାଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ଦୀପକ । ବେକ କାଟି ହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମନୀଷାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.