ଆଇସକ୍ରିମ ଭିତରୁ କଟା ମଣିଷ ଆଙ୍ଗୁଠି ମିଳିବା ପରେ ଏବେ ବାହାରିଛି ଜୀବନ୍ତ ବିଛା

ଆଇସିକ୍ରିମ୍‌ କାହାର ବା ପସନ୍ଦ ନୁହେଁ । ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ଆଇସିକ୍ରିମ୍‌ । ବିଶେଷ କରି ଏହି ଖରାଦିନେ ଆଇସିକ୍ରିମ୍‌ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ସେ ଦୋକାନରୁ ହେଉ ବା ଅନ୍‌ଲାଇନ୍‌ ଅର୍ଡର କରିଥାଆନ୍ତି ଲୋକେ । ଅଧିକାଂଶ ଲୋକେ ନିଜ ପରିବାର ସଦସ୍ୟଙ୍କୁ ନେଇ ବାହାରକୁ ବୁଲିବାକୁ ଗଲେ ଆଇସିକ୍ରିମ୍‌ ଖାଇବାଟା ଥୟ । କିନ୍ତୁ ଏହି ଆଇସିକ୍ରିମ୍‌ କୁ ନେଇ ଏଭଳି ରୋଚକ ଖବର ସାମ୍ନାକୁ ଆସିଛି । ଆଇସିକ୍ରିମ୍‌ କିଣିକି ଆଣିଥିଲେ ହେଲେ ତାକୁ ଖାଇବା ବଦଳରେ ଫିଙ୍ଗିିଥିଲେ । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜଣେ ମହିଳା ଘରେ ବସି ଅନଲାଇନ୍‌ ରେ ଆଇସିକ୍ରିମ୍‌ ଅର୍ଡର କରିଥିଲେ ହେଲେ ସେଥିରୁ ଯାହା ବାହାରିଥିଲା ତାକୁ ତାଙ୍କର ହୋସ୍‌ ଉଡ଼ି ଯାଇଥିଲା । ଆଇସିକ୍ରିମ୍‌ ରୁ ବାହାରିଥିଲା ଗୋଟାଏ ବିଛା ।

ସକାଳ ପ୍ରାୟ ୧୧ଟା ୨୬ରେ ନୋଏଡା ସେକ୍ଟର-୧୨ରେ ରହୁଥିବା ଦୀପା ଆଇସ୍‌କ୍ରିମ ଖାଇବା ପାଇଁ ଅନ୍‌ଲାଇନ୍‌ରେ ଆଇସ୍‌କ୍ରିମ ମଗାଇଥିଲେ । ଏହାର ଦାମ୍‌ ୧୯୫ ଟଙ୍କା ଥିଲା। କିଛି ସମୟ ପରେ ଡେଲିଭରୀ ବୟ ସେ ଅର୍ଡର କରିଥିବା ଆଇସ୍‌କ୍ରିମ ଆଣି ତାଙ୍କ ଘରେ ପହଞ୍ଚାଇଥିଲେ । ତେବେ ଆଇସ୍‌କ୍ରିମ ଡବା ଖୋଲିବା ପରେ ସେ ଭିତରେ ଏକ ଜୀବନ୍ତ ବିଛା ଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ମହିଳା ଜଣକ ଚକିତ ହୋଇପଡିଥିଲେ। ତାଙ୍କ ପିଲାମାନଙ୍କୁ ଆଇସିକ୍ରିମ୍‌ ଖାଇବାକୁ ଦେବେ କଣ ସିଧା ଯାଇ ଅଭିଯୋଗ କରିଥିଲେ । ବ୍ଲିଙ୍କଇଟ୍‌ରେ ଅଭିଯୋଗ କରିବା ପରେ କମ୍ପାନୀ ତୁରନ୍ତ ତାଙ୍କ ଟଙ୍କା ଫେରସ୍ତ କରିଥିଲେ ।

ମୁମ୍ବାଇରେ ଅନ୍‌ଲାଇନ୍‌ରୁ ଅର୍ଡର କରିଥିବା ଆଇସକ୍ରିମ ଭିତରୁ ଏକ କଟା ମଣିଷ ଆଙ୍ଗୁଠି ମିଳିବା ପରେ ନୋଏଡାରେ ଆଇସକ୍ରିମ ଭିତରୁ ଜୀବନ୍ତ ବିଛା ବାହାରିଥିବା ମାମଲା ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପୂରା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା କେତେ ସୁରକ୍ଷିତ ତାକୁ ନେଇ ଅନେକ ମନ୍ତବ୍ୟ ଦେଇଛନ୍ତି ଲୋକେ।

ଯଦି ଏହି ଆଇସିକ୍ରିମ୍‌ କୁ ଏଇ କୁନି କୁନି ପିଲାମାନେ ଖାଇଥାଆନ୍ତେ ତେବେ ସେମାନଙ୍କ ଅବସ୍ଥା କଣ ହୋଇଥାଆନ୍ତା । ଏତେ ବଡ଼ ଅଘଟଣରୁ ସୌଭାଗ୍ୟକୁ ବର୍ତ୍ତିଗଲେ ପିଲାମାନେ । ଲୋକେ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରିବାକୁ ଭୟ କରୁଛନ୍ତି ।

Leave A Reply

Your email address will not be published.