ବଢ଼ିପାରେ ସ୍କୁଲ ଛୁଟି ଅବଧି, ଗଣଶିକ୍ଷା ବିଭାଗ ବୈଠକରେ ଚାଲିଛି ବିଚାର ବିମର୍ଶ

ଭୁବନେଶ୍ୱର : ବଢ଼ିପାରେ ସ୍କୁଲ ଛୁଟି ଅବଧି। ଖରାର ପ୍ରକୋପକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ପୂର୍ବର ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତାକାଲି ଖୋଲିବ ସ୍କୁଲ । ତାତିର ଅତିରିକ୍ତ ପ୍ରଭାବ ରହିଥିବାରୁ ସାଧାରଣ ଲୋକେ ମଧ୍ୟ ଛୁଟି ବଢ଼ାଇବାକୁ ଦାବି କରିଛନ୍ତି । ଅନ୍ୟପଟେ ଏ ନେଇ ବିଚାର ବିମର୍ଶ ଚାଲିଛି ।

ଗଣଶିକ୍ଷା ବିଭାଗ ବୈଠକରେ ଆଲୋଚନା ପରେ ସ୍କୁଲ ଛୁଟି ବଢ଼ାଇବା ନେଇ ଘୋଷଣା କରିପାରନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରବଳ ଖରା ଓ ଗରମକୁ ଦେଖି ସ୍କୁଲଗୁଡ଼ିକରେ ପ୍ରଥମେ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ତା ପରେ ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ପ୍ରବଳ ଖରା ଆଉ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ତାରିଖକୁ ଘୁଞ୍ଚାଯାଉ ବୋଲି ଅନୁରୋଧ କରିଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ।

Leave A Reply

Your email address will not be published.