ସିଙ୍ଗାପୁର ଏୟାରଲାଇନ୍ସ ପରେ କତାର ଏୟାରୱେଜ ବିମାନରେ ଟର୍ବୁଲାନ୍ସ, ୧୨ ଯାତ୍ରୀ ଆହତ

ଦୋହାରୁ ଆୟରଲାଣ୍ଡ ଡବଲିନ ଯାଉଥିବା କତାର ଏୟାରେଓ୍ଵଜର ବିମାନ ଟର୍ବୁଲାନ୍ସର ଶିକାର ହୋଇଛି । ଫଳରେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ବିମାନଟି ଉଡାଣ ସମୟରେ ତୁର୍କୀ ସୀମାରେ ଥିବା ସମୟରେ ଟର୍ବୁଲାନ୍ସର ଶିକାର ହୋଇଥିଲା । ଆଉ ଏଥିପାଇଁ ୬ ଯାତ୍ରୀ ଏବଂ ୬ କ୍ରୁ ମେମ୍ବର ଆହତ ହୋଇଥିଲେ ।

ଦୋହାରୁ ଆୟରଲାଣ୍ଡ ଡବଲିନ ଯାଉଥିବା କତାର ଏୟାରୱେଜର ବିମାନ ଟର୍ବୁଲାନ୍ସର ଶିକାର ହୋଇଛି । ଫଳରେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଡବଲିନ ବିମାନବନ୍ଦର ପକ୍ଷରୁ ଏହି ସୂଚନା ମିଳିଛି । ତେବେ ବିମାନକୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସମୟରେ ଅବତରଣ କରିଛି ।

ସୂଚନା ମୁତାବକ, ଡବଲିନ ବିମାନବନ୍ଦରରେ ଫ୍ଲାଇଟ ନଂ QR 017 ବୋଇଂ ୭୮୭ ଡ୍ରିମଲାଇନର ଅପରାହ୍ନ ୧ଟା ସମୟରେ ସୁରକ୍ଷିତ ଭାବେ ଅବତରଣ ହୋଇଥିଲା । ବିମାନଟି ଉଡାଣ ସମୟରେ ତୁର୍କୀ ସୀମାରେ ଥିବା ସମୟରେ ଟର୍ବୁଲାନ୍ସର ଶିକାର ହୋଇଥିଲା । ଆଉ ଏଥିପାଇଁ ୬ ଯାତ୍ରୀ ଏବଂ ୬ କ୍ରୁ ମେମ୍ବର ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୮ଜଣଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛଡାଯାଇଛି ।

ସୂଚନାଯୋଗ୍ୟ, ଗତ ୫ ଦିନ ତଳେ ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଟର୍ବୁଲାନ୍ସର ଶିକାର ହୋଇଥିଲା । ବୋଇଙ୍ଗ 777-300ER ବିମାନ ସିଙ୍ଗାପୁର ଅଭିମୁଖେ ଯାଉଥିଲା ।  ଏଥିରେ ଜଣେ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୦ ଯାତ୍ରୀ ଆହତ ହୋଇଥିଲେ । ବିମାନଟି ୨୧୧ ଯାତ୍ରୀ ଏବଂ ୧୮ ଜଣ କ୍ରୁ ସଦସ୍ୟଙ୍କ ସହ ଲଣ୍ଡନରୁ ସିଙ୍ଗାପୁର ଯାଉଥିଲା । ବିମାନଟି ଯେତେବେଳେ ୩୭,୦୦୦ ଫୁଟ ଉଚ୍ଚରେ ଥିଲା, ସେତେବେଳେ ବିମାନକୁ ଏକ ଭୟଙ୍କର ଝଟ୍‌କା ଲାଗିଥିଲା । ଆଉ ବିମାନଟି ମାତ୍ର ତିନି ମିନିଟ୍‌ରେ ୬,୦୦୦ ଫୁଟ ତଳକୁ ଖସି ଆସିଥିଲା । ବିମାନରେ ସର୍ବାଧିକ ୫୬ ଜଣ ଯାତ୍ରୀ ଅଷ୍ଟ୍ରେଲିଆର ଥିଲେ । ଏହିପରି ବ୍ରିଟେନରୁ ୪୭ ଜଣ, ସିଙ୍ଗାପୁରରୁ ୪୧ ଜଣ ଏବଂ ନ୍ୟୁଜିଲାଣ୍ଡରୁ ୨୩ ଜଣ ଯାତ୍ରୀ ଥିଲେ । ଏମାନଙ୍କ ବ୍ୟତୀତ କାନାଡାରୁ ୨, ଜର୍ମାନୀରୁ ଜଣେ, ଭାରତରୁ ୩, ଇଣ୍ଡୋନେସିଆରୁ ୨, ଆଇସ୍‌ଲାଣ୍ଡରୁ ୪, ଆୟର୍ଲାଣ୍ଡରୁ ୪, ଇସ୍ରାଏଲରୁ ଜଣେ, ମାଲେସିଆରୁ ୧୬, ମିଆଁମାରରୁ ୨, ଫିଲିପାଇନ୍ସରୁ ୫, ଦକ୍ଷିଣ କୋରିଆରୁ ଜଣେ, ସ୍ପେନରୁ ୨ ଏବଂ ଆମେରିକାରୁ ୪ ଜଣ ଯାତ୍ରୀ ବିମାନରେ ଥିଲେ । ତେବେ ଏହି ଘଟଣାର ଭୟାବହତା ଭିତରେ ପୁଣି କତାର ଏୟାରେଓ୍ଵଜ ବିମାନରେ ଟର୍ବୁଲାନ୍ସ ଯୋଗୁଁ ଯାତ୍ରୀ ଭୟଭୀତ ହୋଇଯାଇଥିଲେ ।

ତେବେ ସିଙ୍ଗାପୁର ଏୟାରଲାଇନ୍ସ ଟର୍ବୁଲାନ୍ସ ଘଟଣାରେ ପ୍ରାୟ ୨୨ ଜଣଯାତ୍ରୀଙ୍କ ମେରୁଦଣ୍ଡରେ ଆଘାତ ଆସିଛି । ୨ ବର୍ଷର ପିଲା ସହିତ ଅନ୍ୟ ୬ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏପର୍ଯ୍ୟନ୍ତ ହସପିଟାଲରେ ୪୩ ଜଣ ଭର୍ତ୍ତି ରହିଛନ୍ତି ।

Leave A Reply

Your email address will not be published.