ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ ଭୁବନେଶ୍ବର ଆସୁଥିବା ଏହି ଗାଡିଟି ଭାରସାମ୍ଯ  ହରାଇ ବିଲ ଭିତରକୁ ପଶିଯାଇଛି । ଫଳରେ ଗାଡି ଭିତରେ ଥିବା  ଡ୍ରାଇଭର ସମେତ ୩ ଆହତ ହୋଇଛନ୍ତି ।  ତେବେ ରାୟଗଡାର ବିଜୟ କୁମାର ମହାରଣା ଓ ତାଙ୍କ ପରିବାର ଭୁବେନଶ୍ବର ଯାଉଥିବା ବେଳେ ବୋଲଗଡ଼ ଥାନା ଅନ୍ତର୍ଗତ ପଞ୍ଚୁକୋଟ ନିକଟରେ ଘଟିଛି ଏହି ଦୁର୍ଘଟଣା  । ଫଳରେ ବିଜୟ ମହାରଣାଙ୍କ ଝିଅ ଆଦ୍ୟାଶା ମହାରଣା ଗୁରୁତର ଆହତ ହୋଇଛନ୍ତି  ।  ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଗାଡି ଭିତରୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି  ।

Leave A Reply

Your email address will not be published.