ଅଜଣା ଗାଡ଼ି ଧକ୍କାରେ ୪ ଗୁରୁତର

ଏକ ଅଜଣା ଗାଡ଼ି ଧକ୍କାରେ ୪ ଜଣ  ଗୁରୁତର ହୋଇଛନ୍ତି l ସମସ୍ତ ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା l  ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନବରବେଡା ଛକ ନିକଟରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ୪ ଜଣ  ଗୁରୁତର ହୋଇଛନ୍ତି l ସମସ୍ତ ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା l  ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l

ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଢେଙ୍କିକୋଟରୁ ଗୋଟିଏ ବାଇକ୍ ଯୋଗେ ୪ଜଣ ନିଜ ଗ୍ରାମ ବରବେଡାକୁ ଆସୁଥିବା ସମୟରେ ସାନବରବେଡା ଛକ ନିକଟରେ କୌଣସି ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେଇଥିଲା l ଫଳରେ ୪ଜଣଙ୍କ ମଧ୍ୟରୁ ୩ଜଣଙ୍କର ଡାହାଣ ଗୋଡା ଭାଙ୍ଗି ଚୁରମାର ହୋଇଥିବା ବେଳେ ଆଉ ଜଣଙ୍କର ମୁଣ୍ଡରେ ଆଘାତ ହୋଇଛି l ସମସ୍ତ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ଖବର ପାଇ ଘଟଗାଁ ପୋଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି l

Leave A Reply

Your email address will not be published.