ଆଇପିଏଲ ୨୦୨୪ ଫାଇନାଲ : ସନରାଇଜର୍ସ ହାଇଦ୍ରାବାଦକୁ ୧୧ ଓଭରରେ ମାତ୍ ଦେଲା କୋଲକତା ନାଇଟ ରାଇଡର୍ସ, ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର
ଆଇପିଏଲ ୨୦୨୪ ଫାଇନାଲରେ ଲାଗୁଥିଲା କି ଜୋରଦାର ଟକ୍କର ହେବ । କିନ୍ତୁ ମ୍ୟାଚ ଏକତରଫା ଥିଲା । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ କେକେଆର ଟିମ୍ ହାଇଦ୍ରାବାଦକୁ ମାତ୍ର ୧୧୩ ରନରେ ଅଲଆଉଟ କରିଥିଲା । ଯାହାକୁ କେକେଆର ୧୦.୩ ଓଭରରେ ୮ ଓ୍ଵିକେଟ ଥାଇ ଜିତିଯାଇଥିଲା ।

ଶେଷରେ ବାଜିମାରିନେଲା କୋଲକତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଲା କେକେଆର । ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କେକେଆର ଇଣ୍ଡିଆନ୍ ପ୍ରିମିଅର ଲିଗ୍ ୨୦୨୪ ଟ୍ରଫି ଉପରେ କବ୍ଜା କରିଛି । ଆଇପିଏଲ ୨୦୨୪ ପଏଣ୍ଟ ଟେବୁଲରେ ଥିବା ଦୁଇ ଟପ୍ ୨ ଟିମ ମଧ୍ୟରେ ମ୍ୟାଚ ହୋଇଥିଲା । ଲାଗୁଥିଲା କି ଜୋରଦାର ଟକ୍କର ହେବ । କିନ୍ତୁ ମ୍ୟାଚ ଏକତରଫା ଥିଲା । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ କେକେଆର ଟିମ୍ ହାଇଦ୍ରାବାଦକୁ ମାତ୍ର ୧୧୩ ରନରେ ଅଲଆଉଟ କରିଥିଲା । ଯାହାକୁ କେକେଆର ୧୦.୩ ଓଭରରେ ୮ ଓ୍ଵିକେଟ ଥାଇ ଜିତିଯାଇଥିଲା ।
ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ହାଇଦ୍ରାବାଦ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୬ ରନରେ ଦଳ ନିଜର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ କୌଣସି ବ୍ୟାଟ୍ସମ୍ୟାନ ଦଳକୁ ବିପର୍ୟ୍ୟୟରୁ ଉଦ୍ଧାର କରିପାରିନଥିଲେ । ଦଳ ପକ୍ଷରୁ ପାଟ୍ କିମନ୍ସ ସର୍ବାଧିକ ୨୪ ରନ କରିଥିବା ବେଳେ ମାର୍କ୍ରମ ୨୦ ରନ୍ କରିଥିଲେ । ଦଳ ୧୮ ଓଭର ୩ ବଲରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।
𝙏𝙝𝙚 𝙛𝙚𝙚𝙡𝙞𝙣𝙜 𝙤𝙛 𝙀𝙪𝙥𝙝𝙤𝙧𝙞𝙖 🏆
Celebrating @KKRiders‘ triumph in 𝙎𝙍𝙆 style ⭐️😎#TATAIPL | #KKRvSRH | #Final | #TheFinalCall | @iamsrk pic.twitter.com/OmvXa9GtJx
— IndianPremierLeague (@IPL) May 27, 2024
କୋଲକତା ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ୧୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ଦମଦାର ଓପନିଂ କରିଥିଲା। ଭେଙ୍କଟେସ୍ ଆୟର ୨୬ ବଲରୁ ଧୂଆଁଧାର ୫୨ ରନ କରିଥିବା ବେଳେ ରେହମାନୁଲ୍ଲା ୩୯ ରନ୍ କରିଥିଲେ ।
𝟑𝐫𝐝 𝐓𝐈𝐓𝐋𝐄 𝐅𝐎𝐑 𝐓𝐇𝐄 𝐊𝐍𝐈𝐆𝐇𝐓𝐒 🙌
Congratulations to the @KKRiders for clinching the 2024 #TATAIPL! The team showed great consistency throughout the tournament and kudos to @ShreyasIyer15 for leading the side brilliantly. Once again, thank you to the fans for… pic.twitter.com/WhU7Hc0RJr
— Jay Shah (@JayShah) May 26, 2024
ଦଳ ମାତ୍ର ୧୦ ଓଭର ୩ ବଲରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍ ବିଜେତା ହୋଇଥିଲା । ଆଇପିଏଲ ଫାଇନାଲ ମ୍ୟାଚ ଚେନ୍ନାଇରେ ଖେଳାଯାଇଥିଲା ।
ବିଜେତା କେକେଆର୍କୁ ଟ୍ରଫି ସହ ୨୦ କୋଟି ଓ ରନରଅପ୍ ହାଇଦ୍ରାବାଦକୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି । ସେହିପରି ଏହି ସିଜିନରେ ସର୍ବାଧିକ ରନ୍ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି (୧୫ମ୍ୟାଚ୍, ୭୪୧ ରନ୍) ଅରେଞ୍ଜ କ୍ୟାପ୍ ଓ ସର୍ବାଧିକ ୱିକେଟ୍ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍ (୧୪ମ୍ୟାଚ୍, ୨୪ ୱିକେଟ୍) ପର୍ପଲ୍ କ୍ୟାପ୍ ପାଇଛନ୍ତି । ଉଭୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି ।