ସାମସଙ୍ଗ୍‌ ଲଞ୍ଚ କଲା ସ୍ମାର୍ଟ ସ୍ନିକର୍ସ, ଏବେ ଜୋତାରେ କଣ୍ଟ୍ରୋଲ ହେବ ଆପଣଙ୍କ ଫୋନ

ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ୍‌ ପ୍ରସ୍ତୁତ କରାଯାଉଛି । ଏହି ଡିଭାଇସ୍‌ ଦ୍ୱାରା ଲୋକଙ୍କ କାମ ସହଜ ହେବା ସହିତ ସମୟ ବଞ୍ଚିଥାଏ । ତେବେ ସାମସଙ୍ଗ ଏବେ ଏମିତି ଏକ ଡିଭାଇସ୍‌ ନେଇ ଆସିଛି ଯାହା ଦ୍ୱାରା ଆପଣ ଫୋନ ନଧରି ମଧ୍ୟ କଲ କରିପାରିବେ ।

ସାମସଙ୍ଗ ହେଉଛି ଏମିତି ଏକ କମ୍ପାନୀ, ଯାହାର ପ୍ରଡକ୍ଟକୁ ସାରା ବିଶ୍ୱର ଲୋକମାନେ ଖୁବ ପସନ୍ଦ କରନ୍ତି । ଦମଦାର ଟେକ୍ନୋଲୋଜି ପାଇଁ ବେଶ୍‌ ଜଣାଶୁଣା ସାମସଙ୍ଗ । ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସ୍ମାର୍ଟଟିଭି ପର୍ଯ୍ୟନ୍ତ ସାମସଙ୍ଗ ନିଜ ୟୁଜର୍ସଙ୍କ ପାଇଁ ଏମିତି ବଢ଼ିଆ ଗ୍ୟାଜେଟ୍‌ ଆଣେ ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ସାମସଙ୍ଗ ଆଉ ଏକ ନୂଆ ଗ୍ୟାଜେଟ ଆଣିଛି । ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦର୍ଶକ ବନ୍ଧୁ ସାମସଙ୍ଗ ଏଭଳି ଏକ ଜୋତା ବା ସ୍ନିକର୍ସ ଲଞ୍ଚ କରିଛି, ଯାହା ଦ୍ୱାରା ଆପଣ ନିଜ ସ୍ମାର୍ଟଫୋନକୁ କଣ୍ଟ୍ରୋଲ୍‌ କରିପାରିବେ । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏଭଳି କିଛି ଭିନ୍ନ ଟେକ୍ନୋଲୋଜି ନେଇ ସାମସଙ୍ଗ ନିଜର ନୂଆ ଷ୍ଟାଇଲିସ୍‌ ସ୍ମାର୍ଟ ସ୍ନିକର୍ସକୁ ଲଞ୍ଚ କରିଛି ।

ଏହି ସ୍ମାର୍ଟ ସ୍ନିକର୍ସରେ ଆପଣଙ୍କୁ ଏମିତି ସେନ୍ସର ମିଳିବ, ଯାହା ସାହାଯ୍ୟରେ ଆପଣ ନିଜ ସ୍ମାର୍ଟଫୋନକୁ କଣ୍ଟ୍ରୋଲ କରିପାରିବେ । ଏଥିପାଇଁ ଜୋତାକୁ ଆପଣଙ୍କ ଫୋନ ସହିତ କନେକ୍ଟ କରିବାକୁ ହେବ । ତେବେ ଏହି ଗ୍ୟାଜେଟକୁ କିଏ ଡିଜାଇନ୍‌ କରିଛି, ଏହାର ନାଁ କଣ ଏବଂ ଏଥିରେ କଣ ଖାସ ରହିଛି ଆସନ୍ତୁ ଜାଣିବା ।

ସାମସଙ୍ଗର ଏହି ସ୍ମାର୍ଟ ସ୍ନିକର୍ସ ଟେକ୍ନୋଲୋଜି ଏବେ ସାରା ଦୁନିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସ୍ନିକର୍ସର ନାଁ ‘ସର୍ଟକଟ୍’ ରଖାଯାଇଛି । ଏହି ସ୍ନିକର୍ସକୁ ରୋଏଲ୍ ଭାନ୍ ହୋଫ୍ ଡିଜାଇନ୍ କରିଛନ୍ତି । ଏହା ବ୍ୟତୀତ ଚିଲ୍ ବେନେଲକ୍ସ, ଏଲିଟାକ୍ ୱେରେବଲ୍ସ, ବ୍ରୁଟ୍ ଆମଷ୍ଟରଡମ୍ ମଧ୍ୟ ଏଥିରେ ସାମିଲ ଅଛନ୍ତି । ସମସ୍ତଙ୍କ ସହଯୋଗରେ ସାମସଙ୍ଗ ଏହି ‘ସର୍ଟକଟ୍’ ସ୍ନିକର୍ସକୁ ଲଞ୍ଚ କରିଛି । ସୂଚନା ଥାଉ କି ‘ସର୍ଟକଟ୍’ ସ୍ନିକର୍ସ ବର୍ତ୍ତମାନ କେବଳ ଲିମିଟେଡ୍‌ ଏଡିସନରେ ଲଞ୍ଚ କରାଯାଇଛି ।

ସାମସଙ୍ଗର ସ୍ମାର୍ଟ ସ୍ନିକର୍ସରେ ଖାସ୍‌ ସେନ୍ସର ଲଗାଯାଇଛି, ଯେଉଁ କାରଣରୁ ଆପଣଙ୍କ ଫୋନ୍ ଅତି ସହଜରେ କନେକ୍ଟ ହୋଇପାରିବ ଏବଂ ଆପଣ ଏହାକୁ ସହଜରେ କଣ୍ଟ୍ରୋଲ କରିପାରିବେ । ଭିନ୍ନ ଭିନ୍ନ ମୁଭମେଣ୍ଟ କରିବା ସମୟରେ ଏହି ଜୋତା ୫ ଟି ଆକ୍ସନରେ କାମ କରିବ । ସ୍ନିକର୍ସର ଆଲଗୋରିଦମ ଏବଂ ରେକୋଗ୍ନିସନ ସଠିକ୍ ବୋଲି ସାମସଙ୍ଗ ଦାବି କରିଛି । କମ୍ପାନୀ ଅନୁଯାୟୀ ଆପଣ ମୁନଓ୍ଵାକ କରି ଫୋନ୍ କଲ୍‌ ଏବଂ ମ୍ୟୁଜିକ୍ ପ୍ଲେ କରିପାରିବେ ।

ବର୍ତ୍ତମାନ କେବଳ ୬ ୟୁନିଟ୍ ‘ସର୍ଟକଟ୍’ ସ୍ନିକର୍ସ ତିଆରି କରାଯାଇଛି । ଏହି ସ୍ନିକର୍ସକୁ ନେଇ ଏକ ପ୍ରତିଯୋଗିତା ମଧ୍ୟ ହେବ । ଯେଉଁଥିରେ ୟୁଜରମାନେ ସାମସଙ୍ଗ ମେମ୍ବର ଆପ୍ ମାଧ୍ୟମରେ ଭାଗ ନେଇପାରିବେ । ୟୁଜରମାନେ ଜୁଲାଇ ୯ ପର୍ଯ୍ୟନ୍ତ ଏଥିରେ ଭାଗ ନେଇପାରିବେ । ଜୁଲାଇ ୧୫ରେ ଏହି ପ୍ରତିଯୋଗିତାର ବିଜେତା ଘୋଷଣା କରାଯିବ ।

 

Leave A Reply

Your email address will not be published.