ମାଟି ଖୋଳିବା ବେଳେ ଅଘଟଣ, ଚାପିହୋଇ ୩ ମହିଳାଙ୍କ ମୃତ୍ୟୁ

କୋରାପୁଟ : କୋରାପୁଟ ଟାଉନ୍ ଥାନା ଅଧୀନ କୋଲାବ ଡ୍ୟାମ୍ ନିକଟସ୍ଥ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡ଼ା ଖସିବା ଫଳରେ ଚାପି ହୋଇ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ସ୍ଥାନୀୟ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ, ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ। ସଲମନଗୁଡ଼ା ଗାଁର ୨ ଜଣ ପୁରୁଷ ଓ ୮ ଜଣ ମହିଳା ଏକ ଟ୍ରାକ୍ଟରରେ ମୋରମ ନେବା ପାଇଁ ଆସିଥିଲେ ।

ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସି ଥିଲା । ଏହା ତଳେ ଚାପି ହୋଇଯାଇଥିଲେ ପୂର୍ଣ୍ଣି, ସାନମତି ଓ ଚମ୍ପା । ପୂର୍ଣ୍ଣ ଓ ସାନମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପା ବଡ଼ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କୋରାପୁଟ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.