ଗଛରେ ପିଟି ହେଲା ବସ୍ , ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଭଂଜନଗର (କେନ୍ୟୁଜ): ରାସ୍ତାକଡ଼ ଗଛରେ ପିଟି ହେଲା ଯାତ୍ରୀବାହୀ ସରକାରୀ ବସ୍ । ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ବସଟି କଟକରୁ ବାଲିଗୁଡା ଯାଉଥିଲା ସମୟରେ ଗତକାଲି ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଭଂଜନଗର – ବେଲଗୁଣ୍ଠା ରାସ୍ତାରେ ଘଟିଛି ଏଭଳି ଦୁର୍ଘଟଣା ଘଟିଛି । ଆହତଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଶୁକ୍ରବାର ଏକ ଯାତ୍ରୀବାହୀ ସରକାରୀ ବସଟି ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କଟକରୁ ବାଲିଗୁଡା ଯାଉଥିଲା । ଏହି ସମୟରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଭଂଜନଗର – ବେଲଗୁଣ୍ଠା ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ଓ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ୮ ଜଣ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ, ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବସ୍ ଟି ଦ୍ରୁତ ଗତିରେ ଆସି, ରାସ୍ତାକଡ଼ରେ ଥିବା ଗଛକୁ ପିଟି ଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ବୋଲି ଯାତ୍ରୀମାନେ କହିଥିଲେ । ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଅନ୍ୟପଟେ ଖବର ପାଇ ସ୍ଥାନୀୟ ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ମେଡିକାଲରେ ପହଞ୍ଚିଥିଲେ । ଆହତଙ୍କ ଅବସ୍ଥା ବୁଝିବା ସହ ମେଡିକାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରି ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଏହାସହ ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ସହଯୋଗ କରିଥିଲେ ।

Leave A Reply

Your email address will not be published.