୧୭ରୁ ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର (କେନ୍ୟୁଜ): ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି ।  ରାଜ୍ୟରେ ୫ ଦିନ ହେବ କାଳବୈଶାଖୀ ।  ଆଗାମୀ ୫ ଦିନ ପାଇଁ ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା ରହିଛି ।  ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୧୫ ଓ ୧୬ ତାରିଖରେ ଉପକୂଳ ସହ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ହେବାର ସମ୍ଭାବନା ରହିଛି । ୧୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାର କେତକ ସ୍ଥାନରେ ପ୍ରବଳ ବର୍ଷାର ହେବ । ସେହିପରି ୧୮ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷାର ସମ୍ଭବାନା ରହିଛି ।

ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ଆଗକୁ ବଢୁନି ମୌସୁମୀ । ଏବେ ଦୁଇଟି ଜିଲ୍ଲା କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅଟକି ଯାଇଛି ମୌସୁମୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ବର୍ଷା ବଢିବା ସହ ମୌସୁମୀ ଆଗକୁ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସେପଟେ ୭ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକ ହେଲା ବରଗଡ଼,ସମ୍ବଲପୁର,ଝାରସୁଗୁଡ଼ା,ସୁନ୍ଦରଗଡ଼,କେନ୍ଦୁଝର, ମୟୂରଭଞ୍ଜ । ସେହିପରି ଆଗାମୀ ୪ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ ।

 

Leave A Reply

Your email address will not be published.