ନାଗପୁର ହିଟ ଆଣ୍ଡ ରନ ମାମଲା ; ୩ଶହ କୋଟିର ସଂପତ୍ତି ପାଇଁ ବୋହୂ ଦେଇଥିଲା ସୁପାରୀ

କି ଯୁଗ ହେଲା । ସମ୍ପତି ଲୋଭ ମଣିଷକୁ ଅନ୍ଧ କଲା । ଭୁଲିଗଲା ସବୁ ସମ୍ପର୍କ । ଶଶୁର ବୋହୂଙ୍କ ସମ୍ପର୍କରେ ଲାଗିଲା କଳଙ୍କ । ବାପ ସମାନ ଶଶୁରର ଜୀବନ ନେବାକୁ ପଛାଇଲାନି ବୋହୂ । ୩ଶହ କୋଟିର ସଂପତ୍ତି ପାଇଁ ୧କୋଟି ଟଙ୍କାର ସୁପାରୀ । ଶ୍ବଶୁରଙ୍କୁ ହତ୍ୟା କରିବା ପାଇଁ ବୋହୂ ଦେଇଥିଲା ସୁପାରୀ ।

ଏଭଳି ବର୍ବର ଘଟଣା ନାଗପୁରରେ ଘଟିଛି । ନାଗପୁର ହିଟ ଆଣ୍ଡ ରନ ମାମଲାରେ ୮୨ ବର୍ଷୀୟ ପୁରୁଷୋତ୍ତମ ପୁଟ୍ଟେୱାରଙ୍କ ମୃତ୍ୟୁ ଘଟଣାରେ ରହସ୍ୟ ଉନ୍ମୋଚିତ ହୋଇଛି । ୩ଶହ କୋଟିର ପାରିବାରିକ ସଂପତ୍ତିକୁ ହାତେଇବା ଲାଗି ତାଙ୍କ ବୋହୂ ତଥା ଟାଉନ ପ୍ଲାନିଂ ବିଭାଗର ସହକାରୀ ନିର୍ଦ୍ଦେଶିକା ଅର୍ଚ୍ଚନା ମନିଷ ପୁଟ୍ଟେୱାର ହିଁ ଯୋଜନା କରିଥିଲେ । ଏହି ଘଟଣାରେ ତାଙ୍କୁ ପୋଲିସ ଗିରଫ କରିଛି ।

କାର ଧକ୍କାରେ ପୁରୁଷୋତ୍ତମଙ୍କୁ ହତ୍ୟା କରିବା ପାଇଁ କରିଥିଲେ ଯୋଜନା । ଏବଂ ପରେ ଏହି ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେବା ପାଇଁ ଏକ ବ୍ୟବହୃତ କାର କିଣିବାକୁ ଟଙ୍କା ଦେଇଥିଲେ । ଅର୍ଚ୍ଚନା ତାଙ୍କ ସ୍ବାମୀଙ୍କ ଡ୍ରାଇଭର ବାଗଡ଼େ ଓ ଅନ୍ୟ ଦୁଇ ଅଭିଯୁକ୍ତ ନୀରଜ ନିମଜେ ଓ ସଚିନ ଧାର୍ମିକ ସହ ମିଶି ହତ୍ୟାକାଣ୍ଡ ପାଇଁ ଷଡଯନ୍ତ୍ର କରିଥିଲେ । ଯାହା ପରେ ଶଶୂରଙ୍କ ଜୀବନ ନେବାରେ ସଫଳ ମଧ୍ୟ ହୋଇଥିଲେ । କିନ୍ତୁ ସିସିଟିଭିର ଦୃଶ୍ୟ ସବୁ ସତ ସାମ୍ନାକୁ ନେଇଆସିଥିଲା ।

ମେ ୨୨ ରେ ବାଲାଜୀ ନଗରରେ କାର ଧକ୍କା ହେବା ପରେ ପୁରୁଷୋତ୍ତମ ପୁଟେୱାରଙ୍କ ମୃତ୍ୟୁ ହୋଇଥିଲା, କିନ୍ତୁ ଅନୁସନ୍ଧାନ ଏବଂ ସିସିଟିଭି ଫୁଟେଜରୁ ଏହା ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ପରେ ପୋଲିସ କରିଥିଲା ତନାଘନା । ଆଉ ଅସଲ ହତ୍ୟାକାରୀଙ୍କ ମୁଖା ଖୋଲିଥିଲା ।

ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି । ସେମାନଙ୍କ ନିକଟରୁ ୨ଟି କାର ସୁନା ଅଳଙ୍କରା ଓ ମୋବାଇଲ ଫୋନ ଜବତ କରାଯାଇଛି । ଘଟଣା ଦିନ ପୁରଷୋତ୍ତମ ଅସ୍ତ୍ରୋପରେ ପରେ ଡାକ୍ତରଖାନାରେ ଥିବା ପତ୍ନୀ ଶକୁନ୍ତଳାଙ୍କୁ ଭେଟିବାକୁ ଯାଇଥିଲେ । ଫେରିବା ବାଟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଏହାପରେ ଘଟଣାର ପୋଲିସ ମାମଲାର ତଦନ୍ତ କରିବା ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

 

 

Leave A Reply

Your email address will not be published.