କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର ଓଡ଼ିଶାରେ ପ୍ରଥମଥର ଶପଥ ନେଇଛି । ଜଣେ ଆଦିବାସୀ ନେତା ଭାବେ ତାଙ୍କର ଖ୍ୟାତି ରହିଛି । କେନ୍ଦୁଝର ସଦରରୁ ଚାରି ଚାରିଥର ବିଧାୟକ ଭାବେ ଜିତିଛନ୍ତି ମୋହନ । ସମସ୍ତଙ୍କୁ ଚକିତ କରି ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଥିଲା । ତେବେ ଚଳିତ ନିର୍ବାଚନରେ ବିଧାୟକ ଭାବେ ବିଜୟୀ ହେବା ପରେ ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କଳିଙ୍ଗ ଟିଭିକୁ ଧନ୍ୟବାଦ ଦେଇଥିଲେ । କହିଥିଲେ, ତାଙ୍କ ବିଜୟ ନେଇ ସଠିକ୍ ଆକଳନ କରିଥିବାରୁ କଳିଙ୍ଗ ଟିଭିକୁ ଧନ୍ୟବାଦ । ଏହି ଅବସରରେ କଳିଙ୍ଗ ଟିଭି ପରିବାର ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ଟିମକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।

Leave A Reply

Your email address will not be published.