ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ଆଜି ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅପରାହ୍ଣ ୫ଟାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବୈଠକ ହେବ । ଏହି ବୈଠକରେ ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ରହିବେ ।

ଆଇନ ମନ୍ତ୍ରୀ ହେବା ପରେ ଶ୍ରୀମନ୍ଦିରକୁ ନେଇ ଏହା ତାଙ୍କର ପ୍ରଥମ ବୈଠକ । ଚାରି ଦିନ ଛୁଟି ସହ ରଜ ଯୋଗୁଁ ଶ୍ରୀକ୍ଷେତ୍ରରେ ଦୁଇଗୁଣା ଭକ୍ତଙ୍କ ଭିଡ ବଢ଼ିଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇପାରିବ ଏବଂ ଏଥିପାଇଁ କଣ ସବୁ ପଦକ୍ଷେପ ନିଆଯାଇପାରିବ ତାର ସମୀକ୍ଷା କରିବେ ଆଇନ ମନ୍ତ୍ରୀ ।

Leave A Reply

Your email address will not be published.