ଆଜି ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ସନ୍ଧ୍ୟା ୬ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ରାଜେନ୍ଦ୍ରାଭିଷେକନୀତିଠାରୁ ସ୍ନାନଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହେବ । ଏହାଛଡ଼ା ୨୦୨୪ ବର୍ଷର ସ୍ନାନ ଯାତ୍ରା ବ୍ୟବସ୍ଥା ବଳୀ ଉପରେ ଆଲୋଚନା ଓ ଅନୁମୋଦନ ହେବ । ଆସନ୍ତା ୧୬ ତାରିଖରେ ରାଜେନ୍ଦ୍ରାଭିଷେକ ପଡୁଛି ।

୨୬ ତାରିଖରେ ସ୍ନାନପୂର୍ଣ୍ଣିମା, ୭ରେ ନବଯୌବନ ଦର୍ଶନ , ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ଛତିଶା ନିଯୋଗରେ ସ୍ନାନ ଯାତ୍ରା ନୀତି ନିର୍ଘଣ୍ଟ ଅନୁମୋଦନ ହେବା ପରେ ଏହାକୁ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ ।

Leave A Reply

Your email address will not be published.