ମଧ୍ୟପ୍ରଦେଶ : ଶ୍ରଦ୍ଧାଳୁଙ୍କ ଭର୍ତ୍ତି ଟ୍ରାକ୍ଟର ଓଲଟିଲା, ୫ ମୃତ, ୧୫ ଗୁରୁତର

ମଧ୍ୟପ୍ରଦେଶର ଦାତିୟା ଜିଲ୍ଲାରେ ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ରତନଗଡ ମନ୍ଦିରକୁ ଯଅ ନେଇଯାଉଥିବା ଶ୍ରଦ୍ଧାଳୁଙ୍କ ଟ୍ରାକ୍ଟର ଓଲଟି ପଡିଥିଲା । ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ଗ୍ଵାଲିୟର ରେଫର କରାଯାଇଛି ।

ସୂଚନା ମୁତାବକ, ଦୀସଓ୍ଵାର ଗାଁର ଶ୍ରଦ୍ଧାଳୁ ଟ୍ରାକ୍ଟର ଟ୍ରଲିରେ ଭର୍ତ୍ତି ହୋଇ ରତନଗଡର ଥିବା ମନ୍ଦିରକୁ ଯଅ ନେଇଯାଉଥିଲେ । ଫଳରେ ଟ୍ରାକ୍ଟରଟି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଏଥିରେ ପ୍ରାୟ ୩୦ରୁ ଅଧିକ ଲୋକ ଥିଲେ । ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ୩ ଜଣ ଯୁବତୀ ଏବଂ ୨ ଜଣ ମହିଳା ରହିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅ ରହିଛନ୍ତି । ଯେଉର୍ମାନେ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ଗ୍ଵାଲିଓର ରେଫର କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପାଖାପାଖି ୨୦୦ ଶ୍ରଦ୍ଧାଳୁ ଅଲଗା ଅଲଗା ଟ୍ରାକ୍ଟରରେ ଲଦି ହୋଇ ରତନଗଡ ମାତା ମନ୍ଦିରକୁ ଯାଉଥିଲେ । ଟ୍ରାକ୍ଟରରେ ଏତେ ଲୋକ ଯୋଗୁଁ ଟ୍ରାକ୍ଟର ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ଫଳରେ ଏଭଳି ଦୁର୍ଘଟଣା ହୋଇଥିଲା ।

ଉତ୍ତରପ୍ରଦେଶର ଫିରୋଜାବାଦରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଯାତ୍ରୀବାହୀ ବସ୍ ଓଲଟି ତଳକୁ ଖସି ପଡିଥିଲା । ଫଳରେ ବସରେ ଥିବା ୬୫ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୮ ଜଣ ଆହତ ହୋଇଛନ୍ତି ।

ଛତିଶଗଡ଼ରୁ ପ୍ରାୟ ୬୫ ଜଣ ଯାତ୍ରୀ ଏକ ବସରେ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ଦର୍ଶନ ସାରି ସେମାନେ ଉତ୍ତରପ୍ରଦେଶର ବୃନ୍ଦାବନ ଯାଇଥିଲେ । ଗତ ରାତିରେ ବସ୍ ଛତିଶଗଡ଼ ଅଭିମୁଖେ ବାହାରିଥିବା ବେଳେ ଭୋର ସମୟରେ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ସେ ବସ୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡିଥିଲା ।

ବସ୍‌ ଓଲଟି ପଡିବା ଘଟଣା ପାଇବା ପରେ ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ପୋଲିସ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.