ଟି୨୦ ବିଶ୍ୱକପ ୨୦୨୪: ପପୁଆ-ନ୍ୟୁ ଗିନିକୁ ହରାଇ ସୁପର-୮ରେ ପହଞ୍ଚିଲା ଆଫଗାନିସ୍ତାନ, ଭାଙ୍ଗିଲା ନ୍ୟୁଜିଲାଣ୍ଡ ସ୍ୱପ୍ନ

ଆଫଗାନିସ୍ତାନ ପପୁଆ-ନ୍ୟୁ ଗିନି ବିପକ୍ଷ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରିଛି । ପିଏନଜିକୁ ତ୍ରିନିଦାଦରେ ଖେଳାଯାଇଥିବା ମ୍ୟାଚରେ ୭ ଓ୍ଵିକେଟରେ ହରାଇଛି ଆଫଗାନିସ୍ତାନ । କିନ୍ତୁ ଆଫଗାନିସ୍ତାନର ଏହି ବିଶାଳ ବିଜୟରେ ନ୍ୟୁଜିଲାଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ ପରାସ୍ତ କରିବା ସହ ନ୍ୟୁଜିଲାଣ୍ଡ ସୁପର-୮ ମୁକାବିଲାରୁ ବାଦ୍ ପଡ଼ିଛି ।

ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ମ୍ୟାଚରେ ପିଏନଜି ଟିମ୍‌ ମାତ୍ର ୯୫ ରନରେ ଅଲଆଉଟ୍‌ ହୋଇଥିଲା । ଏହାର ଜବାବରେ ଆଫଗାନିସ୍ତାନ ୧୫.୧ ଓଭରରେ ବିଜୟ ପାଇଥିଲା । ଚଳିତ ସିଜନରେ ୩ଟି ମ୍ୟାଚରୁ ୬ ପଏଣ୍ଟ ଏବଂ ୪.୨୩୦ ରନ୍ ରେଟ୍ ସହ ସୁପର-୮ରେ ଏଣ୍ଟ୍ରି କରିଛି ଆଫଗାନିସ୍ତାନ । ପପୁଆ ନ୍ୟୁ-ଗିନି ପ୍ରଥମେ ବ୍ୟାଟିଂ କରି ୯୫ ରନ୍ କରିଥିବା ବେଳେ ଆଫଗାନିସ୍ତାନ ୩ ୱିକେଟ ହରାଇ ଏହି ମ୍ୟାଚକୁ ୧୫.୧ ଓଭରରେ ବିଜୟ ହାସଲ କରିଛି । ଗୁଲବଦିନ ନାଏବଙ୍କ ୪୯ ରନର ଦମଦାର ବ୍ୟାଟିଂ କରି ବିଜୟ ହାସଲ କରିଛି ଆଫଗାନିସ୍ତାନ ।

ଏହି ମ୍ୟାଚରେ ଆଫଗାନିସ୍ତାନ ତରଫରୁ ଗୁଲବଦିନ ନାଏବ ସର୍ବାଧିକ ସ୍କୋର କରିଛନ୍ତି । ୩୬ ବଲରୁ ୪ଟି ଚୌକା ଏବଂ ୨ଟି ଛକା ସହ ୪୯ ରନର ଇନିଂସ ଦଳକୁ ବିଜୟୀ କରାଇଛି । ବୋଲିଂରେ ଫଜଲହକ ଫାରୁକୀ ୪ ଓଭରରେ ୩ଟି ୱିକେଟ ହାସଲ କରି ପ୍ଲେୟର ଅଫ୍ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ଏହାବ୍ୟତୀତ ନବୀନ ଉଲ-ହକ୍ ୨ଟି ଏବଂ ନୁର ଅହମଦ ୱିକେଟ ହାସଲ କରିଛନ୍ତି ।

ଟି-୨୦ ବିଶ୍ୱକପର ସି ଗ୍ରୁପରେ ସର୍ବାଧିକ ପଏଣ୍ଟ ସହ ଦଳ ସୁପର-୮ରେ ପହଞ୍ଚିଛି । ପୂର୍ବରୁ ୱେଷ୍ଟଇଣ୍ଡିଜ ଏଥିପାଇଁ କ୍ୱାଲିଫାଏ କରିଥିବା ବେଳେ ପପୁଆ ନ୍ୟୁ ଗିନିକୁ ମାତ୍ ଦେଇ ଆଫଗାନିସ୍ତାନ ଶୀର୍ଷ ସ୍ଥାନରେ ରହି କ୍ୱାଲଫାଏ କରିବାରେ ସମର୍ଥ ହୋଇଛି । ଉଭୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟୀ ହୋଇ ସୁପର-୮କୁ ଏଣ୍ଟ୍ରି କରିଛନ୍ତି ।

Leave A Reply

Your email address will not be published.