ଘରେ ଭିତରେ ପଶି ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ କଲେ ପଡୋଶୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ ଘଟଣା । ଗୁରୁତର ମା ଝିଅ ହେଲେ ଇନ୍ଦୁ ଦାସ ଓ ପାୟଲ ଦାସ । ସକାଳେ ଉଭୟ ମା ଝିଅ ଘରେ ଥିବା ବେଳେ ପଡୋଶୀ ତାଙ୍କ ଘରକୁ ଆସି ଛୁରୀରେ ଆକ୍ରମଣ କରଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି ।  ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ତେବେ ଜମିବାଡିକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । କିଛିଦିନ ପୂର୍ବରୁ ଇନ୍ଦୁ ଦାସଙ୍କ ପରିବାର ଗୋପାଲମାଲ ଅଞ୍ଚଳରେ ଜମି କିଣି ଘର ତିଆରି କରିଥିଲେ । ସେବେଠାରୁ ତାଙ୍କ ପଡୋଶୀଙ୍କ ସହ ଝଗଡା ଲାଗି ରହିଥିଲା ।

ସେହିପରି ପହିଲି ରଜରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟିଛି ବଡ଼ ଦୁର୍ଘଟଣା । ଏଥିରେ ୪ ଜଣଙ୍କ ଜୀବନ ଯାଇଛି ।  କେଉଁଠି ପାନ ବୋଝେଇ ଟ୍ରକ ଓଲଟି ଦୁର୍ଘଟଣା ଘଟିଛି ତ ଆଉ କେଉଁଠି ବାଇକ୍‌- ଅଟୋ ଧକ୍କା ହୋଇ ଦୁର୍ଘଟଣା ହୋଇଛି । ଅନ୍ୟ ଏକ ସ୍ଥାନରେ ଚାନ୍ଦିନୀ ଉପରେ କିଛି ଲୋକ ବସିଥିବା ବେଳେ ସେମାନଙ୍କ ଉପରକୁ ମାଡ଼ିଯାଇଛି ଟ୍ରକ ।

Leave A Reply

Your email address will not be published.