ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ବିଶେଷ ଭାବେ ଚନ୍ଦ୍ରଭଗା ସମୁଦ୍ର କୂଳରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ସହ ବିପଦପୂର୍ଣ୍ଣ ଭାବେ ସମୁଦ୍ରରେ ଗାଧୋଇବା ବେଳେ ଦୁଇଜଣ ଯୁବକ ଗଭୀର ସମୁଦ୍ରରେ ଭାସିଯାଇଥିଲେ ।

ଠିକି ସେହି ସମୟରେ ୨ ଜଣ  ଲାଇଫଗାର୍ଡ ରାମ ବାବ୍ଜ ଓ ପି.ପମନ ତୁରନ୍ତ ନିଜ ଜୀବନକୁ ବାଜି ଲଗାଇ ଗଭୀର ସମୂଦ୍ର ମଧ୍ୟକୁ ଯାଇ ଦୀର୍ଘ ସମୟ ପରିଶ୍ରମ କରି ଦୁଇ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ଉଦ୍ଧାର ଯୁବକ ସୁବ୍ରତ କୁମାର ପାଣି (୨୬) ଗୋପ ବ୍ଲକ ଛଈତନା ଗ୍ରାମର ଓ ଅନ୍ୟଜଣେ ଗୋପ ଅଂଚଳର ତପନ କୁମାର ବେହେରା (୨୪) ବୋଲି ସୂଚନା ମିଳିଛି । ମେରାଇନି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଏବେ ଦୁଇ ଯୁବକ ସୁସ୍ଥ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.